Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ନାରୀ ପ୍ରଗତୀର ରାଣୀ

ନାରୀ ପ୍ରଗତୀର ରାଣୀ

1 min
6.6K


ଆଧୁନିକ ନାରୀ ପ୍ରଗତୀର ରାଣୀ

ସମାଜର ମୁଖ୍ୟ ସ୍ରୋତେ ;

ଆଖିରେ ସପନ ନିଅାରା ଜୀବନ

ଉନ୍ନତିର ପଥେପଥେ !!

ଭାରତ ମାତାର ନିରିମାଖୀ ଫୁଲ

ନାରୀ ତ କଲ୍ୟାଣୀମୟୀ ;

ଆଦର ଯତନେ ନାରୀ ପରା ଗଢେ

ସୁନ୍ଦର ନିଳୟ ଭାଇ !!

ରୋଷେଇଶାଳରୁ ସଂସଦ ଭବନ

ସବୁଠି ନାରୀର ସ୍ୱର;

ନାରୀ ପାରେ ଯୁଝି ଶତ୍ରୁକୁ ବିନାସୀ

ଫୌଜରେ ଯୋଗ ଦାନ !!

ପର୍ବତ ଶିଖରେ ନାରୀ ବାନା ଉଡେ

ହିମାଳୟ ମୁକ ସାକ୍ଷୀ ;

ମହାସାଗରରେ ନାରୀ ଖୋଜି ପାରେ

ମଣିମୁକ୍ତା ଧନ ରାଶି !!

ନାରୀ ମାତୃଶକ୍ତି ଦେଶର ପ୍ରଗତୀ

ମହାକାଶେ ପଦ ଚିହ୍ନ ;

ବ୍ଯମୋଯାନେ ଉଡି ଶତ୍ରୁକୁ ନିପାତି

କରେ ଆଜି ଜୟ ଜ୍ଞାନ !!

ହେ ସୁନାର ଘରଣୀ ରଚିଲ କହାଣୀ

କୁହୁକର ମନ୍ତ୍ର ଗାଇ;

ସତ ପ୍ରଣୀପାତ ହେ ନାରୀ ସମାଜ

ଗାଉଚି ହୃଦୟ ଗୀତି !!

ଅବଳା ଦୁର୍ବଳା ନୁହେଁ ଆମ ନାରୀ

ସବୁଥିରେ ସମକ୍ଷକ ;

ରକ୍ଷଣଶୀଳର ସଂକୀର୍ଣ୍ଣଭାବକୁ

ସର୍ବେ କର ପରିତ୍ୟାଗ !!

.....................................

ସଦାନନ୍ଦସାହୁ ;

ଧୁରୁସିଆ ; କଟକ


Rate this content
Log in