Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Others

3  

Lalatendu Kabi

Others

ଭିନ୍ନ ଏକ ସ୍ୟନ୍ଦନରେ

ଭିନ୍ନ ଏକ ସ୍ୟନ୍ଦନରେ

1 min
7K


ନେବାର ନାହିଁ ଦେବାର ନାହିଁ

ଯିବାର କାହିଁ କ୍ରନ୍ଦନରେ;

ଏକା ମୁଁ ଦିନେ ଯିବି ସେ ସ୍ଥାନେ

ଭିନ୍ନ ଏକ ସ୍ୟନ୍ଦନରେ ॥୧

ଟଳିବି ନାହିଁ, ଜଳିବି ନାହିଁ

ଆଶ୍ଳେଷର ଇନ୍ଧନରେ,;

ଗନ୍ଧ ପାଇଁ ନ ଯିବି ଧାଇଁ

ପନ୍ନଗର ଚନ୍ଦନରେ ॥୨॥

ଦନ୍ଦଶୂକ କ୍ରନ୍ଦ‐ମୂକ

ଅନ୍ଧକୂପ ନ ଯିବି ଆଉ,

ମିଥ୍ୟା ହୄଦ ସ୍ପନ୍ଦନର

ବନ୍ଧ ତୁମ ସେତିକି ଥାଉ ॥୩

ଶଙ୍କାଶିତ ଖର୍ବଶାଖ

କର୍ବ ତୁମ ଯତ୍ନେ ରଖ,

ପ୍ରଦ୍ଯୋତନେ ଦୄଷ୍ଟିହୀନ:

ମୁଁ ନୁହେଁ ସେହି ଶାର୍ବରିକ ॥୪

ଗଲାଣି ଲୁଚି ଥିଲା ଯା ରୁଚି

ବ୍ୟଞ୍ଜନର ରନ୍ଧନରେ'

ଆଉ ମୁଁ ଯାଇ ପଡିବି ନାହିଁ

ମିଥ୍ୟା ତୁମ ବନ୍ଧନରେ ॥୫

ଉବ୍ଜ ରୁହ କୁବ୍ଜ ହୁଅ

ଅଜ୍ଞାତର ବନ୍ଦନରେ;

ଶଙ୍ଖ ମୋର ବାଜିବ ଘୋର

ଅଦ୍ଭୂଚ ମୋ ସ୍ଯନ୍ଦନରେ ॥୬


*ଲଲାଟେନ୍ଦୁ କବି*

*୨୦୧୮୦୫୧୮୧୩୨୧*


{ ସ୍ୟନ୍ଦନ= chariot, ରଥ; ଆଶ୍ଳେଷ= embrace; ଆଲିଙ୍ଗନ; ପନ୍ନଗ= snake, ସର୍ପ; ଦନ୍ଦଶୂକ= snake ସର୍ପ; କ୍ରନ୍ଦ=cry, କ୍ରନ୍ଦନ; ବନ୍ଧ= pack, ସମ୍ଫୁଟ, ପୁଟୁଳା; (ଶଙ୍କାଶିତ) :— ଅଶିତ= fed (with), ଖାଦିତ; ଖର୍ବଶାଖ= dwarf, ବାମନ, କ୍ଷୁଦ୍ର; କର୍ବ= love, ପ୍ରେମ; ପ୍ରଦ୍ଯୋତନ= ray, ରଶ୍ମି; ଶାର୍ବରିକ= nocturnal,ନୈଶ; ବ୍ୟଞ୍ଜନ= curry, ତରକାରୀ (ସ୍ୱାଦ); ଉବ୍ଜ= bent, ନମିତ; କୁବ୍ଜ= hunchback,କୁଜା}


Rate this content
Log in