Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational

2  

Ram Prasad Bisoi

Inspirational

ପାଗଳର ପ୍ରଳାପ-୭

ପାଗଳର ପ୍ରଳାପ-୭

1 min
6.7K


ଭୋକକୁ ଯିଏ ଦେଖିନି

ସେ କି ?, ଜାଣିବ !

ଭୋକର ଜ୍ବାଳା ,

ଭୋକିଲାକୁ ପଚାର ଥରେ

ସେ କହିବ ! ତମକୁ !

ପେଟ ଆଉ ଭୋକର ସଂଘର୍ଷର କାହାଣୀ ଶୁଣିବାକୁ !

ମନ ଟିଏ ଦରକାର ,

କହିଵ ଯଦି ,

ଏକ ଟଙ୍କିଆ ଚାଉଳ,

ପାଞ୍ଚ ଟଙ୍କିଆ ଡାଲମା ଭାତ

ବୀମା ଯୋଜନା ବ୍ୟାଙ୍କ ଖାତା

ଭୋକିଲାକୁ ଦେବ

ଖାଇବାକୁ ମୁଠାଏ ଭାତ

ଲଙ୍ଗଳା ପୁଙ୍ଗୁଳା ଦେହଧରି

ଆଜି ବି ଆମ୍ବଟାକୁ, ତେନ୍ତୁଳି ମଞ୍ଜି ଖାଇ ବଞ୍ଚୁଥିବା

ମୋ ମାଟିର ମଣିଷ !

ବାହା ବାହା ରେ ବିକାଶ !

ବାହା ବାହା ରେ ଗଣତନ୍ତ୍ର !

କିଏ ? ଶୁଣିବ !

ଭୋକିଲା ଲୋକର ଚିକ୍ରାର

କହିଲେ ! କହିବେ

ହାକିମ,ମନ୍ତ୍ରୀ,ଯନ୍ତ୍ରୀ

ମାରେ ଶଳା କୁ ମାର ।

କିଏ ? ବେ ଆସିଲା କେଉଁଠୁ

କରିବାକୁ ଆମ ଦାନ ପାଣି ବନ୍ଦ,

ତୁଚ୍ଛା କି କରୁଛି ପାଗଳ,

ପାଗଳର ପ୍ରଳାପ ।


ରାମ ପ୍ରସାଦ ବିଶୋଇ।

ସକାଳ-୧୦ ଟା ।

ତା-୧୮-୦୫-୧୬।

ରାୟଗଡ଼ା।


Rate this content
Log in

Similar oriya poem from Inspirational