Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Tragedy

2.5  

Dr. Diptiranjan Behera

Tragedy

ଯାତନା ମଧୁ

ଯାତନା ମଧୁ

1 min
6.6K


ମୋଠାରୁ ଅଧିକ ଜାଳିବାର ସୁଖ 

ଦୀପାଳି ପାରିବ କହି 

ମନେ ମନ୍ଦାକିନୀ ମଲ୍ଲାର ସଜାଇ 

କେମିତି ପାରୁଛ ରହି ||


ଚାନ୍ଦ ବିନା ଆଜି ଚାନ୍ଦିନୀ ମନରେ 

ହରସ ଯାଇଛି ହଜି 

କୋଇଲି ଗାଉନି ମୟୁର ନାଚୁନି 

ପ୍ରିୟା ନାହିଁ ବୋଲି ଆଜି ||


ନିଜକୁ ନିଜେ ମୁଁ ତୁମଠି ଖୋଜୁଛି 

ପାଇବାର ଆଶା ନେଇ 

ଆଶା ମୋର ଆଜି ଆଶାରେ ରହିଛି 

କେବଳ ଯାତନା ପାଇ ||


କେଜାଣି କାହିଁକି ଯାତନା ଆଜିବି 

ଲାଗେ ମଧୁ ଭଳି ମୋତେ 

ଭଲପାଉଛି ମୁଁ ଭଲ ପାଉଥିବି 

ମଶାଣିରେ ଜଳି ତୋତେ ||


Rate this content
Log in

Similar oriya poem from Tragedy