Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

2  

Abhakanta

Others

ମାଝି ରେ...

ମାଝି ରେ...

1 min
6.9K


ମାଝିରେ...

 

ଆଭାକାନ୍ତ ମହାନ୍ତି

 

       ମାଝିରେ...

       ତୁ ଅଝାଲ ବାନ୍ଧିଦେ ଟାଣି

ଉତ୍ତର ମୁଣ୍ଡରେ            ମୁଣ୍ଡେଇଛି ମେଘ

       ବରଷିବ ଦୁମୁକାଣି । ୦ ।

 

ବାଆଟା ଯେବେ ରେ            ବାଇଆ ହୋଇବ

       ହଜିଯିବ ବୁଦ୍ଧି ବାଟ

ଜଲଦି ଜଲଦି             ଆହୁଲା ମାରୁଥା

       ପହଞ୍ଚି ଧରିବୁ ଘାଟ

       ମାଝିରେ...

ଆକଟରେ କାତ          କତିରେ ରଖିଥା

       ମାରିବୁ ତୁ ବେଳ ଜାଣି । ୧ ।

 

ଢାଉଆ ଆକାଶ           ଦେଖିଦେଲେ ଢେଉ

       ହେବ ମନମତାଣିଆ

ମାନିବନି ବୋଲ          ସେ'ବେଳେ କାହାର

       ହେବ ଖାଲି ଅମାନିଆଁ

       ମାଝି ରେ...

ଦରିଆ ତା ଦମ୍ଭ           ନିଶ୍ଚେ ଦେଖାଇବ

       ଜୁଆରେ ଜାରି ଉଜାଣି । ୨ ।

 

ମଙ୍ଗ ମଙ୍ଗଳାଙ୍କୁ           ମନରେ ଚିନ୍ତୁଥା

       ମାଆହିଁ ହୋଇବ ସାହା

ନ ହେବୁ ହତାଶ          ପାଇବୁ ସାହସ

       ଭରସିଥା ତା'ର ବାହା

       ମାଝି ରେ...

କଟିଯିବ ଭୟ             ମନ ହେବ ଥୟ

       ବାହୁଡ଼ା ବେଳ ହେଲାଣି । ୩ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in