Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୬୧

ଜୀବନ ଗୀତା- ୧୬୧

1 min
6.6K


ଜୀବନ ଗୀତା- ୧୬୧

ଜୀବନ ଯେମିତି ତାକୁ
ଭୋଗିବାକୁ ହୁଏ
ଜୀବନକୁ ସାମ୍ନା ଏକା
ବୀର କରିଥାଏ ॥୦॥

ଅଥଳ ଜଳରେ ଜୀବନ ନଉକା
ଯାଉଥାଏ ଭାସିଭାସି
ମଣିଷ ଦିଅଇ ମଣିଷକୁ ଧୋକା
କାହାକୁ ହେବ ଭରଷି
ପଳାୟନ କଥା ଭୀରୁ କରେ ଚିନ୍ତା
ପ୍ରତିକୂଳ ଅବସ୍ଥାରେ
ବୀର ଲଢୁଥାଏ ॥୧॥

ଜିତିବାର ସୂତ୍ର କାହାକୁ ବା ଜଣା
କିଏ ଜିତେ କିଏ ହାରେ
ଜିତିଯାଏ ଯିଏ ଭାଗ୍ୟବାନ ସିଏ
ହାରେ ଯିଏ ଚେଷ୍ଟାକରେ
ଜିତିବା ହାରିବା ଜୀବନର ଦାବା
ବିଭୁକୃପା ଥିଲେ ଜୀବନ ଯୁଦ୍ଧରେ
ସହଜରେ ଜିତିହୁଏ ॥୨॥


Rate this content
Log in