Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranita Swain

Inspirational

2  

Ranita Swain

Inspirational

ରଫ୍ ଖାତା

ରଫ୍ ଖାତା

1 min
6.8K


ରଫ୍ ଖାତା ପରି ଏ ଜୀବନଟା

କେଉଁଠି କଣ କେତେବେଳେ ଲେଖି ହୋଇ ଯାଏ ଯେ

ମନେ ରୁହେନି ||

ନିତି ପୃଷ୍ଟା ପରେ ପୃଷ୍ଟା ଖେଳେଇ ଠିକ୍ କରିବାକୁ ପଡେ

କାଳେ ବିଧାତା କମ୍ ନମ୍ବର ଦେଇ ଦେବେ

ସେଇ ଭୟରେ

ଜିଉଥାଏ...

ଏଇ ଅଡୁଆ ସୂତାରେ ଛନ୍ଦି ହୋଇ ||


କେତେବେଳେ ଯେ ଶେଷ ପୃଷ୍ଟା ଆସି ଯାଏ ଜାଣି ହୁଏନି

ବ୍ୟସ୍ତ ହୋଇ ପଡେ କୋଊଠି ଭୂଲ୍ ହୋଇ ଯାଇନି ତ

ବିବ୍ରତ ମନରେ,ଥରଥର ହାତରେ,

ଆଖିରେ ଚଷମା ଲଗେଇ ଆଉ ଥରେ କଲମ ଧରେ

ସଂଶୋଧନ କରିବାକୁ

ତନ୍ନ ତନ୍ନ କରି ଦେଖେ

କୋଉ ପାରେ

କୋଉଠି ମାତ୍ରା ଭୁଲ୍ ଥାଏ

ତ କୋଉଠି ଅକ୍ଷର ପଢି ହୁଏନି ||


ତାପରେ ଗୋଟିଏ ଦୀର୍ଘ ଶ୍ବାସ ଆଉ କିଛି ଅନୂତାପ

ଜିଇ ପାରିଲିନି ଜୀବନକୁ

କାଶ୍ ହିଁ ରହିଯାଏ

ସବୁ ଆଶା ସବୁ ସ୍ବପ୍ନ

ରଫ୍ ଖାତାଟି ସେମିତି ରହିଯାଏ,,,

ସଂଶୋଧନ ଅପେକ୍ଷାରେ କେଉଁ ଏକ ଅସଜଡା ବହିଥାକ ଭିତରେ ଅବା ଡଷ୍ଟବିନ୍ ଭିତରେ...



ରନିତା


Rate this content
Log in