Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ଏମିତି ଚାଲୁ ଚାଲୁ

ଏମିତି ଚାଲୁ ଚାଲୁ

1 min
6.6K


 ଝୁଣ୍ଟିବାକୁ ପଡେ

ଏମିତି ଚାଲୁ ଚାଲୁ

ଜୀବନର ଅଙ୍କା ବଙ୍କା ରାସ୍ତାରେ ।

ଯେତେ ଟିପେଇ ଟିପେଇ ଚାଲିଲେ ବି

ଆବୁଡା ଖ।ବୁଡା ରାସ୍ତାରେ

ଟେକା ପଥର ଆସି ପାଦରେ ବାଜନ୍ତି

ବିଷ ଅମୃତ ଖେଳ ପରି

ଛୁଇଁଦେଲି ଛୁଇଁଦେଲି କହି

ଦାନ୍ତ ନିକୁଟି ହସୁଥାନ୍ତି ।

କେତେ ବା କିଏ

ଆଖି ଖୋଲାରଖି

ପାହୁଣ୍ଡ ପକାଉ ଥିବ ...ଜଗି ଜଗି ?

ଗୋଟିଏ ଜାଗାରେ ବସି ରହିଲେ

ତ ପଥର ପାଲଟି ଯିବ

ଆଉ , ପ।ଦରୁ ଧ୍ୟାନ ହଟିଲେ

ନିଶ୍ଚୟ ଝୁଣ୍ଟିବ ।

ସନ୍ନ୍ୟାସୀର ସଦାବ୍ରତ ଭଙ୍ଗହେଲେ

ସଂସାରର କି ବା ଯାଏ

ହାତେ ମାପି ଚାଖଣ୍ଡେ ଚାଲିଲେ ବି ତ

ସେମାନେ ବାଟ ଅଡୁଆ କରି

ବାଟରେ ଉଭା ହୁଅନ୍ତି ।

ଅହେତୁକ ଆଶଙ୍କାରେ

ଦୋଛକିରେ , ଦ୍ଵନ୍ଦ୍ୱରେ

କିଏ ବା କେତେ ଲଢିବ ?!

***

ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in