Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଗୁରୁଜୀ

ଗୁରୁଜୀ

1 min
6.9K


ଲକ୍ଷ୍ମଣ କୁମାର ବେହେରା


ଦାନ ମଧ୍ୟେ ବିଦ୍ୟା ଦାନ ଶ୍ରେଷ୍ଠ ମହୀତଳେ

ମୂରୁଖ ମହାନ ସାଜେ ଗୁରୁ କୃପା ବଳେ l

ଜ୍ଞାନ ଲୋକ ଦେଇ ଯିଏ ନିଇତି ହସାଏ,

ସିଏ ପରା ମାତା   ପିତା ଗୁରୁ ପରା ସିଏ l

ଯୁଗେ ଯୁଗେ ଗୁରୁ ପୂଜା ରହିଛି   ରହିବ

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?


ଗୁରୁ ବାଣୀ ଗଙ୍ଗା ପରି ଶାଶ୍ଵତ   ପବିତ୍ର,

ସୁନ୍ଦର   ସତ୍ୟ  ପ୍ରଶାନ୍ତି ମଧୁର   ଅମୃତ l

ଗୁରୁ ସେବା   ଭକ୍ତି  ପ୍ରେମେ ମିଳେ ଦିବ୍ୟା ସନ,

ଗୁରୁ ନିନ୍ଦା କରେ ଯେହୁ ହୁଏ ଦାନ   ହୀନ l

ଗୁରୁ ହିଁ ଅମ୍ଳାନ, ଆତ୍ମା କହୁଛି   କହିବ

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?


କବି   ଶିଳ୍ପୀ   ସଂଗୀତଜ୍ଞ ଯେତେ ନାମ ଧର,

କାହା ଯୋଗେ ସୁବିଖ୍ୟାତ ପଚାର ପଚାର l

ଯାହା ସ୍ପର୍ଶେ ବଣ ମଲ୍ଲୀ ମହାକାଏ ବାସ,

ସେଇ ହିଁ ତ ଗୁରୁ, ଗୁରୁ ବିନା ନାହିଁ ଯଶ l

ଗୁରୁ ହିଁ ଇଶ୍ଵର ମନ ଗାଉଛି   ଗାଇବ,

କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?


Rate this content
Log in

Similar oriya poem from Classics