ପ୍ରତୀକ୍ଷା ତୁମର
ପ୍ରତୀକ୍ଷା ତୁମର
ହେ ପ୍ରିୟା ତୁମେ କେଉଁଠି
ତୁମେ ଅପେକ୍ଷାରେ ବସିଛି ଏଠି
ତୁମ ବିନା ସାଥି ଆଜି
ଲାଗେ ଭାରି ଏକା ଏକା
କେବେ ତୁମ ସାଥେ
ହେବ ମୋର ଦେଖା
ଦେଇଥିଲ ରକତେ ଲେଖା ଚିଠି
ସେ ଲେଖାରେ ତୁମରି ନାଁଟି
ହେ ପ୍ରିୟା ତୁମେ କେଉଁଠି
ହେ ପ୍ରିୟା ତୁମେ କେଉଁଠି ?
ଅପେକ୍ଷା କରିଛି ଏ ହୃଦୟ
ତୁମ ହୃଦୟ ସହ ମିଶିବାକୁ
ସେଇ ମୃଦୁମୃଦୁ ଭରା ସୁରେ
ତୁମରି ପ୍ରେମ ଗୀତ ଶୁଣିବାକୁ ।
ତୁମେ ବସନ୍ତର ବାସନ୍ତୀ
ମୋ ମନର ମାନସୀ
ଜହ୍ନ ବି ପଡିଯାଏ ଫିକା
ଯେବେ ତୁମେ ଦିଅ ହସି
ଯେବେ ତୁମେ ଦିଅ ହସି
ହେ ମୋ ମନର ମାନସୀ ।
ତୁମ ନୟନେ ଦେଖି
ମୋ ଭଲ ପାଇବାର ଆଭା
ଆସ ପ୍ରିୟା ଚାଲି ଆସ
ଆଜି ପ୍ରେମର ଶପଥ ନେବା ।
ଡିସେମ୍ୱର ମେହେର
ନୂଆପଡା