Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Children

3  

Hrushikesh Satpathy

Children

ଜନ୍ମଦିନର ରଙ୍ଗ

ଜନ୍ମଦିନର ରଙ୍ଗ

1 min
254



ସୋନୁ ବାବାଙ୍କ ଜନ୍ମ ଦିନ

ଅବସରରେ ସୋନୁଙ୍କୁ ଅର୍ପିତ..

.....


ଉତୁଲୁ ପୁତୁଲୁ ଦୁଇ ମୋ ନାତି,

ଫୁସୁରୁ ଫାସର ହୁଅନ୍ତି ଅତି ।


ବଡଟି ରାହୁଲ ଭାରି ଗେଲ୍ଲୀଆ,

ସିତୁଲ,ସାନ ସେ ମାଆ ପଖିଆ ।


ସୋନୁ ଆସିଗଲା ଘୋଡାରେ ବସି,

ମଉଜ କରିଲେ ତିନିହେଁ ମିଶି ।


ଅଜା ବୁଢାକୁ ବା କିଏ ପଚାରେ,

ବିଚରା ବୁଢ଼ାଟି ଠିଆ ବାହାରେ ।


ପାଟି ଶୁଭୁଥିଲା ଘର ଭିତରୁ ,

ସତେକି ବାଜୁଛି ଶଙ୍ଖ ମନ୍ଦିରୁ ।


ଧୀରେ ଧୀରେ ଅଜା ଗଲେ ଭିତର,

ଘର ନୁହେଁ ତାହା, କୁନି ମନ୍ଦିର ।


ମନ୍ଦିର ଭିତରେ ସୋନୁ ଆମର,

ହସୁଛି,ସତେକି ରାଜକୁମାର ।


ରାଜକୁମାରଙ୍କ ଜନମ ଦିନ

ଚାଲିଛି ଖୁସିରେ ବନ୍ଧୁ ମିଳନ ।


ରଙ୍ଗ ବେରଙ୍ଗର ଆଲୁଅ ବତୀ,

ପିଠା ପଣା କେତେ ଜାତିକି ଜାତି ।


ମମି ପାପା ସଙ୍ଗେ ସାମିଲ ଅଜା,

ଜନମ ଦିନର ନିଅନ୍ତି ମଜା ।


ବାବା ସୋନୁ, ତୁମ ହେଉ ମଙ୍ଗଳ,

ଜନମ ଦିନଟି ହେଉ ସଫଳ ।


ଖୁସିରେ ମଉଜରେ ବିତୁ ବରଷ,

କୋଟି ପରମାୟୁ ହେଉ ଆୟୁଷ ।


ମମି ପାପାଙ୍କର ସୁଯୋଗ୍ୟ ହୁଅ,

ସାରା ଜଗତରେ ନାଁ କମାଅ ।


ହୃଷୀକେଶ ଶତପଥୀ

ରାଉରକେଲା


Rate this content
Log in

Similar oriya poem from Children