ବେଶୀ ଗୋଟେ ହେଉଚ !
ବେଶୀ ଗୋଟେ ହେଉଚ !
ମେଘ ଆଉ ଜହ୍ନର
ଅପରିଭାଷିତ ଖେଳ
ହୋଇ ରହିଗଲା
ଆମର ଏ ପ୍ରେମ
ଏ ଯାଏ ଠିକ ରୂପେ
ନିରୂପିତ ହୋଇ ପାରିନି
ତୁମେ କଣ ଚାହଁ ମୋଠୁଁ
ଆଉ ମୁଁ ତୁମଠୁଁ କଣ ଚାହେଁ
କେବଳ ଆତ୍ମୀୟତାର
ଦଉଡି ଘେରରେ
ଛିଡ଼ା ହୋଇଛେ ଆମେ ଯାହା
ଏଇଟା ବୋଧେ ଆମ ଦୁହିଁଙ୍କ ସ୍ଵଭାବ
ତୁମେ ଜୀବନକୁ
ଶୃଙ୍ଖଳାଧିନ କରିବାକୁ ଚାହୁଁଥିଲା ବେଳେ
ମୁଁ ଚାହେଁ ଉତ୍ଶୃଙ୍ଖଳତା
ସେଇଥି ଯୋଗୁଁ ତମ ମନ ମେଘର
ପତଳା ଧଳା ଚାଦର ଭିତରୁ
ଏଇ ଚପଳ ଜହ୍ନ ଖସି ଯାଏ
କିଛି କ୍ଷଣ
ଆଉ ଗୋଟେ ପରେ ଗୋଟେ
ଭୁଲ କରି ବସେ
ଏହି ସମୟରେ
ମୁହଁରେ ଫୁଟେ
ନୀରବ ଅଭିମାନର
ତୁମର ସେହି ପଦକ
"ବେଶୀ ଗୋଟେ ହଉଚ"
ସତରେ ବେଶୀ କିଛି ହେଲି ?
"ବେଶୀ ଗୋଟେ ହେଉଚ"
କି ମନ କଥା କହେ ତୁମର?
ତାହା ତିରସ୍କାର ନା କ୍ରୋଧ ?
ପ୍ରେମର ରଜ୍ଜୁ
ନା ଉତ୍ଶୃଙ୍ଖଳ ମୋ ମନଘୋଡା ପାଇଁ
ଚାବୁକ ପାହାର?
ଏହା କଅଣ
ଏକ ଉଦବିଗ୍ନ ପ୍ରେମିକାର
ଭିତରୁ ପୋରିଆ ହୋଇଯାଇଥିବା
ଶେଷ ଦମ୍ଭ ବାକ୍ୟ ?
ମତେ କେବେ ମାତୃସୁଲଭ ଲାଗେ
ଏଇ ତୁମ କେଇ ପଦ
ଯେମିତି ମା ଯଶୋଦା
ଚପଳ କୃଷ୍ଣ ପଛରେ ଧାଇଁ ସାରି
ଥକି ଗଲାପରେ
ଠିଆ ହୋଇ ଅନୁନୟ କରୁଛନ୍ତି
ନିଜର ମିଛ କ୍ରୋଧ ଦେଖାଇ
ଫେରି ଆସିବାକୁ
ଅଧିକ କିଛି ପ୍ରୟାସ ବିନା
ପୁଣି ଥରେ କୋଳକୁ
ପ୍ରଶ୍ନ କରିଥିଲି ଥରେ
"ମୋ ପଶୁତ୍ବକୁ ନେଇ
ତୁ କେବେ ରାଗିବୁନି ତ?
ଲାଗୁଛି ସୀମା ଟପି ଯାଉଛି କେବେ"
ଆହା !
ମଣିଷକୁ ଯଦି ଧୂଲାଇ କରି ହେଉ ଥାଆନ୍ତା ..
ମତେ ବୋତଲେ ଡିଟରଜେଣ୍ଟ ଢାଳି
ୱାଶିଂଗ ମେସିନରେ
ଦୁଇ ଘଣ୍ଟା ବୁଲେଇ ଦେବାକୁ କହନ୍ତି ...
ମୋ ଆତ୍ମତାଡନାରୁ
ମତେ ମୁକ୍ତ କରି
ତୁମେ ସ୍ପଷ୍ଟ କରି କହିଥିଲ
ତୁମ କଥା
"ନା ଥାଉ
ତମକୁ ସେମିତି ହି ମୁଁ ଗ୍ରହଣ କରିଛି
ସବୁ ଜାଣିଲା ପରେ ବି...
କେବଳ ଗୋଟିଏ କଥା ମନରେ ଆସେ
କେବେ ଯଦି କେହି
ମୋ ଠୁଁ ଆହୁରି ବେଶି ଭଲ ଲାଗିବ...
ତମେ ଚାଲିଯିବ..."
ମତେ ଲାଗେ ତୁମେ ଯେମିତି
ସବୁ କିଛି ଲେଖି ଦେଉଛ
ଦୁଇ ଜଣ ପଢି ପାରିଥିବା ଫଳକ ଉପରେ
"ସୀମା ଲଙ୍ଘିବାରେ ଆପତ୍ତି
କେବେ ନାହିଁ
ବା କେବେ ଥିଲା....
ପାରୁଛ ତ
ଯେତେ ଯେତେ ସୀମା
ସବୁ ଲଙ୍ଘି ଯାଅ
କିନ୍ତୁ କେବଳ ମୋ ମନର...