Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

3  

Dr Jharana Satapathy

Inspirational

ବାପା

ବାପା

1 min
795


ବାପା

ବାପାଠାରୁ ବଡ ଶବ୍ଦ ଦୁନିଆରେ ନାହିଁ

ତାଙ୍କ ଠାରୁ ଶିଷ୍ଟାଚାର ସିଖିବା ଆସ ତହିଁ

ଭଲ ମନ୍ଦ ସବୁ କିଛି ତାଙ୍କଠୁ ଜାଣିବା

ତାଙ୍କ କଥାକୁ କେବେ ଅବଜ୍ଞା ନକରିବା

ପିତୃଋଣ କିଏ ଯମା ସୁଝିତ ପାରେନା

ବୃଦ୍ଧ କାଳେ ଆମେ ତାଙ୍କର ସାହା ହେବା ସିନା

ପିତାଙ୍କ ଆସନ କେହି ନେଇ ତ ପାରେନା

ପରିବାରର ମୁଖ୍ୟ ରୂପେ ସେ ଅଟନ୍ତି ଜଣା

ବିପଦ ସମୟେ ସେ ସାହାସ ଦିଅନ୍ତି

ବାତ୍ସଲ୍ୟ ମୋହରେ ସେତ ବାନ୍ଧି ରଖନ୍ତି

କନ୍ୟାଦାନ ଦେଇ ସେ ମହତ କାର୍ଯ୍ୟ କରନ୍ତି

ସଦାବେଳେ ସେ ଆମର ମଙ୍ଗଳ ପାଞ୍ଚନ୍ତି

ଅନ୍ତରର ବେଦନାକୁସେ ଜାଣିତ ପାରନ୍ତି

ପରିବାରରେ ଶାନ୍ତି ମଧ୍ୟ ବଜାୟ ରଖନ୍ତି

ବାପା ତ ଅଟନ୍ତି ଜଗତରେ ଶ୍ରେଷ୍ଠ

ତାଙ୍କ ବିନା ଆମ ଜୀବନ ହୁଏ ଭାରି କଷ୍ଟ

ସଦାବେଳେ ଆମେ ତାଙ୍କୁ ସମ୍ନାନଦେବା

କିଛି ଭୁଲ ହେଲେ ଆମେ ତାଙ୍କୁ କ୍ଷମା ମାଗିବା ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya poem from Inspirational