Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SARATA KUMAR DAS

Others

2  

SARATA KUMAR DAS

Others

ସପନ ନାୟିକା

ସପନ ନାୟିକା

1 min
635



ସପନ ନାୟିକା ମୋ ମନ ଚନ୍ଦ୍ରିକା

ସପନରେ ତୋଳେ ଘର

ସପନରେ ଆସେ ସପନରେ ଯାଏ

ସପନର କାରୀଗର ।।


ସପନ ରାଇଜ ରାଜକୁମାରୀ ସେ

ନୀଳ ଆକାଶର କଇଁ

ନୀଳ ନୀଳ ସ୍ବପ୍ନ ନୀଳ ନୀଳ ସ୍ମୃତି

ପ୍ରେମ ତା' ଉଛୁଳା ନଈ ।।


ସପନରେ ବନ୍ଧା ତା' ଜୀବନ ସ୍ବର

ସପନର ମଧୁବନ

ସପନ ସାଗରେ ଲହଡି ଭାଙ୍ଗେ ସେ

ସ୍ବପ୍ନସିକ୍ତା ତନୁ ମନ ।।


ସପନରେ ବିତେ କେତେ ଦିନ ରାତି

ସ୍ବପ୍ନସିକ୍ତା ଆଖି ତା'ର

ଯମୁନା କୂଳରେ ବାଲୁକା ଶେଯରେ

ଦେଖେ ପାଦଚିହ୍ନ ତା'ର ।।


ଫଗୁଣ ଆସିଲେ ନୁପୂର ରାଗିଣୀ

ଧୀରେ ଧୀରେ ଭାସି ଆସେ

ସପନ ର ରାଣୀ ସଦା ବିରହିଣୀ

ହସେ ପ୍ରୀତି ମଧୁମାସେ ।।


ସପନରେ ଝରେ ମେଘରୁ ମହ୍ଲାର

ନୀଳ ଆକାଶରୁ ରଂଗ

ସପନ ଦୋଳିରେ ପ୍ରିୟା ଝୁଲୁଥାଏ

ସପନେ ସୋହାଗ ରଂଗ ।।


ମୋ ମନ ମାନସୀ ସପନ ଉର୍ବଶୀ

ସପନରେ ଖେଳେ ଦୋଳି

ତମିସ୍ରା ଢାଙ୍କିଲେ ରାତି ଗାଢ ହେଲେ

ସପନରେ ଖେଳେ ହୋଲି ।।


ସପନ ନାୟିକା ମୋ ପ୍ରେମ ପ୍ରେମିକା

ଚୁପି ଚୁପି ଧୀରେ ଆସେ

ସପନ ମନ୍ଦିରେ ସପନ ବେଦୀରେ

ସ୍ମୃତି ଫୁଲ ଚିଂତି ବସେ ।।


ଶରତ କୁମାର ଦାସ।


Rate this content
Log in