Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajesh Kumar Jain

Abstract

3  

Rajesh Kumar Jain

Abstract

ବେମାରି

ବେମାରି

2 mins
13.1K


ବେମାରି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

              ବେମାରି ଶବ୍ଦଟି ଅତି ଭାରୀ

              ବିନା ଡାକରାରେ କୁଣିଆ ସବୁରି

              ଉପଚାର ଅତି ଜରୁରୀ ।

 

ଗ୍ୟାସ୍ :      କରୁଛି ଦେହର ସତ୍ୟାନାଶ

              କରିପାରେନା କଥା ବି ପ୍ରକାଶ,

              ଛାତି ପେଟ ମାରୁଛି ଘଡ଼ିକୁ ଘଡ଼ି

              ରୋଗୀଟି ଛାଡୁଛି ମରିଗଲି ରଡ଼ି ।

ଜର   :      କରିଦେଉଛି ଥରହର

              ମନେପଡୁନାହିଁ ଆଉ ଘର ।

କ୍ୟାନ୍ସର     :    ଅସର ଅତି ଭୟଙ୍କର

              ଔଷଧ ସବୁ ବେଅସର,

              ଉପଚାର କରୁଛି ଡେଲୀ

              ଘର ହେଇଯାଉଛି ଖାଲି ।

ଡିସେଣ୍ଟ୍ରି      :      ସାଲାଇନ୍-ର ଚାଲୁଛି ନଳ

              କାମ କରୁନାହିଁ ଆଉ କଳ

              ଦେଖାଯାଉଛି କାଣ୍ଡନଳ ।

ହାଡ଼ଭଙ୍ଗା   :      ଭାଙ୍ଗିଗଲା ଯଦି ହାଡ଼

              ସରିଯାଏ ସବୁ କାଢ଼ ।

ହିମୋଗ୍ଲୋବିନ୍     :      ହୋଇଗଲା ଯଦି କମ୍

              ଆଉ ପାଏନାହିଁ ଦେହର ଦମ୍

              ଝାଳ ବୁହେ ଗମ୍ ଗମ୍ ।

ହାର୍ଟ ଆଟାକ୍       :      ଯଦି କଲା ଆଟାକ୍

              ଉପଚାର ସବୁ ଫଟାକ୍ ।        

ଅନ୍ଧାରକଣା :      ଆଖି ହୋଇଗଲେ ବଣା

              ଦେଖାଯାଏ ନାହିଁ ବାଟରେ ରଣା ।

ଦାନ୍ତ  :      ଏଥିରେ ଧରିଲେ ଟ୍ରବୁଲ୍

              ସବୁ ଲାଗେ କୁଲ୍ କୁଲ୍ ।

ବ୍ଲଡପ୍ରେସର୍ :      ଏହାର ବଡ଼ ଅସର

              ହୋଇଯାଏ ଅଣ୍ଡର୍-ପ୍ରେସର୍ ।

 

ସୁଗାର୍      :      ସବୁଠାରୁ ବଡ଼ ଜହର

              ବ୍ୟାପିଛି ଘରକୁ ଘର,

              ରଜା ହେଉ ବା ରଙ୍କ

              ସମସ୍ତଙ୍କୁ ମାଡ଼ିଛି ତା ଡଙ୍କ ।

ସରକାରୀ ଟିକା    :      ପିଲାଙ୍କର ସ୍ୱାସ୍ଥ୍ୟର ଠିକା

              ଏଥିରେ ଏବେ ବଡ଼ ଧୋକା ।

ଏଡ୍ସ   :      ଶେଷରେ ହୁଏ ଟ୍ରେସ୍

              ଘରର ଦିଏନାହିଁ ଆଡ୍ରେସ୍ ।

ଶିର   :      ଦବିଯାଏ ଯଦି ଶିର

              ଜୀବନ ହୋଇଯାଏ ଅସ୍ଥିର ।

ପାରାଲିସିସ୍ :      ଫେଲ୍ ମାରେ ମେଡିକାଲ୍ ସାଇନ୍ସ

              ବେଣ୍ଡ୍ ହୋଇଯାଏ ଚେସିସ୍ ।

ପାଗଳାମି   :      ଭୁଲିଯାଏ ଭଦ୍ରାମି

              ମେଣ୍ଟାଲିଟୀ ଅକାମି ।

ମାନସିକ ରୋଗ   :      ଜଞ୍ଜାଳରୁ ଆରମ୍ଭ ଷ୍ଟୋରୀ

              କେଉଁ ପାଠରେ ନାହିଁ ଏହି ଥିଓରୀ ।

 

              ଶରୀରଟା ରୋଗର ଘର

              ରଜା-ପ୍ରଜାର ନାହିଁ ବାଛବିଚାର

              ଘର ହୋଇଯାଏ ଘୋରି

              ବିନା ଚୋରିରେ ଟଙ୍କା ଯାଏ ସରି

              ପ୍ରଭାତେ ଭ୍ରମଣ, ଯୋଗ, ସନ୍ତୁଳିତ ଆହାର

              ତେବେ କମିଯିବ ଏହାର ହାର

              ଭଜ ଏବେ ଗୋଟାଏ ନାମ ‘ଶ୍ରୀହରି’

              ନହେଉ କାହାକୁ ବେମାରି ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in