Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Tragedy

3  

K. Nirmal

Tragedy

ସ୍ବପ୍ନ ଆକାଶ

ସ୍ବପ୍ନ ଆକାଶ

1 min
5.0K




ସ୍ବପ୍ନ ହଜିଯାଏ ଏହି ହୃଦୟରେ

ଅଧୁରା ଦୀପଟେ ହୋଇ,

ତୁମ ବିନା ସାଥି ସ୍ୱପ୍ନ ଆକାଶଟି

ମୋତେ ଦେଖି ଲୁଚେ କାହିଁ ।


ଆଜିବି ଜଳୁଛି ତୁମ ବିନା ମୁହିଁ

ବଧୂ ବେଶଟିଏ ସାଜି,

ନୀଳ ଲହରୀରେ ହଜିବନି ତୁମେ

ମନେପଡ଼ ତୁମେ ଆଜି ।


ଛାତିରେ ପଥର ହୃଦୟରେ କୋହ

ଲଦି ହୋଇଯାଏ ମୋର ,

ତୁମ ବିନା ମୁହିଁ ଆଜିବି ଝୁରୁଛି

ନୁହେଁ ମୁହିଁ ସ୍ୱାର୍ଥପର ।


ଜାଣିନାହିଁ କେବେ ସାର୍ଥକ ହୋଇବ

ଅଧୁରା ପ୍ରେମ କାହାଣୀ,

ହଜିଯିବି ମୁହିଁ ତୁମରି ପ୍ରେମରେ

ସାଜି ତୁମ ପାଟ ରାଣୀ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in