ଜୀବନର ଚାରି ଦିଗ
ଜୀବନର ଚାରି ଦିଗ
ଜୀବନର ଚାରି ଦିଗ
ଜୀବନର ଚାରି ଦିଗ,
ଛଳନା ଆଉ ଯନ୍ତ୍ରଣାର ଦିଗ୍ଗବଳୟ,
ପାଷାଣୀ କୋହର ଲହଡିମାଳ,
ଦୁଃଖସାଗରର ବେଳାତଟରେ
ମୁଣ୍ଡ ପିଟିପିଟି ଫେରିଆସେ,
ଲୁହସବୁ ଧାରା ଶ୍ରାବଣ ପରି ଝରିଯାଏ ।
ଜୀବନର ଚାରି ଦିଗ,
ପ୍ରେମ, ପ୍ରତାରଣା ଆଉ ବିରହର ବତୀଘର,
ପଥିକଟେ ଆଜି ବାଟବଣା,
କେଉଁଆଡେ ବା ଯିବ ?
ଉତ୍ତରକୁ ?
ଯେଉଁଠି କିଛି ବି ପ୍ରଶ୍ନର ଉତ୍ତର ମିଳେନା,
ନା ଦକ୍ଷିଣକୁ ?
ଯେଉଁଠି କପଟ, ଛଳନା, ନିନ୍ଦା ଆଉ ଅପମାନର ଦଣ୍ଡ ମିଳେ,
ନା ପୂର୍ବକୁ ?
ଯେଉଁଠି ପୁରୁଣା ସ୍ମୃତି ମିଶା ଅତୀତର ଅଙ୍କ କଷାକଷି ଚାଲେ,
ନା ସେଇ ପଶ୍ଚିମକୁ ?
ଯେଉଁଠି ପଦଟିଏ ଆଶ୍ୱାସନା ଦେବାକୁ ବି କେହି ନଥାଏ ।
ଜୀବନର ଚାରି ଦିଗ,
ଛଳନା, ପ୍ରତାରଣା, ନିନ୍ଦା, ଅପମାନ ଆଉ ବିରହର ଯନ୍ତ୍ରଣାରେ ଜର୍ଜରିତ ।
By-Trupti Paikaray