ହରି ଚଉତିଶା
ହରି ଚଉତିଶା
ପଦାରବିନ୍ଦ ଦାଶ
କୃପା ସାଗର ହରି କରୁଣା ଅନୁସରି
କାଳ ମୋ ଏବେ ଯାଏ ବହି
କମଳ ନେତ୍ର ପରା କଳୁଷ ରାସୀ ହରା
କ୍ଲେଶ ତାପରେ ହୁଏ ବହି l
ହେ ମହାପ୍ରଭୁ କେତେ କରିଲି ନିବେଦନ
ନିମିଶେ ନ ପାତିଲ କାନ
କର୍ମ କଷଣ ପାଇଁ କଷ୍ଟ ମୋ ତିଳେ ନାହିଁ
କଂସାରି ରୂପ ସଦା ଧ୍ୟାୟି ॥
ଖଦ୍ୟୋତ ପ୍ରାୟ ମୁହିଁ କ୍ଷୀଣ ଆଲୋକ ଦେଇ
ଖେଳା କରି ଏ ସଂସାରେ
ଖଳ ଦୁର୍ଜନ ଜନେ ଖାଲି ମୋର ପତନେ
ଖିଆଲ କରନ୍ତି ଇର୍ଷାରେ l
ହେ ମହାପ୍ରଭୁ ଖିଳ ବ୍ରହ୍ମାଣ୍ଡ ନାଥ ହୋଇ
ଖଟିଲା ଜନେ କୃପା କରି ନାହିଁ,
ଖଣ୍ଡିଲ ନାହିଁ ଛାର ଖର-ରିପୁ –ମୋହର
କାମନା ବାସନା ଆଶାରେ ॥
ଗୋବିନ୍ଦ ନାମ ଏକା ଗୁପତେ ହେବ ସଖା
ଗୁରୁ କୃପାକୁ ଥିଲେ ପାଇଁ
ଗର୍ବ ନାଶନ ହରି ଗଣ୍ଠି କରିଛି ସ୍ମରି
ଗୋତ୍ରାକୁ ଧର ପଦ ଧ୍ୟାୟୀ l
ହେ ମହାପ୍ରଭୁ ଗୋପ- ଗଗନ- କଳାକାର
ଗର୍ବ ଏ ଜୀବନର ହର,
ଗାତ୍ର ହୁଅଇ କ୍ଷୀଣ ଗମ୍ଭୀର କରି ଧ୍ୟାନ
ପରମ ନାମ ଦିଅ କହି ॥
ଘନ ବରନ ଶ୍ୟାମ ଘାରୁଛି ଅବିରାମ
ଘୋର ଜଞ୍ଜାଳ ତୁମର ମାୟା
ଯସ୍ରନାଥ ନନ୍ଦନ ଘାତ ପାଇ ଏ ମନ
ଘାରୁଛି ନାହିଁ କେହି ସାହା l
ହେ ମହାପ୍ରଭୁ ଘଡ଼ି ମାତ୍ରକେ ଥିଲେ ପ୍ରାଣ
ଘେନି ନ ପାରେ ଜନ୍ତୁରାଣ,
ଘେନ ମୋ ନିବେଦନ ଘଟ ହେଲେ ପ୍ରୟାଣ
ଘନଶ୍ୟାମ ହୋଇଥିବ ସହାୟ ॥