ସୁନ୍ଦରୀ ସନ୍ଧ୍ୟା
ସୁନ୍ଦରୀ ସନ୍ଧ୍ୟା
ଆସିଲା ସୁନ୍ଦରୀ ମନୋହାରୀ ସନ୍ଧ୍ୟା
ଧୀରେ ପାଦ ଚିପିଚିପି
ଡରଟା ଘେରିଛି ତା' ଚତୁଃପାର୍ଶ୍ଵକୁ
ଆସୁଛି ଓଠକୁ ଚାପି।
ଆସିବା ପୂର୍ବରୁ ମେଘ ଆକାଶକୁ
ଘୋଡେଇ ଦେଲା କେମିତି ?
ବର୍ଷା ବି ହଉଛି ଅଳପ ଅଳପ
ପବନ ବହୁଛି ସେମିତି ।
ସୁରୂପ ଲୁଚିଛି ମୁରୂଜ ବୁଣୁନି
ବରଷା ଦେଉଛି ଧୋଇ
ମେଘ ରାଜା ତା'ର ପ୍ରଭାବ ରଖିଛି
ସୁରୂଜ ଦିଶୁନି କାହିଁ ?
ସପନ ବୁଣିବା ବେଳ ହେଲା ତାର
ଚନ୍ଦ୍ରବଦନକୁ ଚାହିଁ
ଚନ୍ଦ୍ର ବି ଲୁଚିଛି ଟାଏ ପ୍ରଭାବରେ
ସନ୍ଧ୍ୟା ରାଣୀ ଯାଏ ନଇଁ।
ଶୁକୁଳ ପକ୍ଷର ଜହ୍ନ ଆଲୁଅରେ
କେତେ କରିଥାନ୍ତା ମଜା
ଶରତ ସନ୍ଧ୍ୟାର ରୋଷଣୀ ଆଲୁଏ
ନାଚନ୍ତା ବଜାଇ ବାଜା।
ତଥାପି ହସୁଛି ମନ ବୁଝାଉଛି
ଦେଖିଛି ଜୀବନେ ଝଡ
ମନ୍ଦିର ପ୍ରାଙ୍ଗଣେ ଆଳତି ତେଜରେ
ହଟୁଛି ସନ୍ଧ୍ୟାର ଜଡ।
ଆଗମନୀ ଗୀତ ସନ୍ଧ୍ୟା ମହାମିତ
ପ୍ରତି ଜୀବନର ସାଥୀ
ସଙ୍ଘର୍ଷ ଜୀବନ ବଞ୍ଚିବା ଶିଖାଏ
ଜୀବନ ଘୋଡା ସାରଥୀ।
ପବିତ୍ର ମନନ ସୁସଂଯତ ପ୍ରାଣ
ଭକ୍ତି ଭାବନାର ଗୀତି
କରେ ଆନମନା ଜାଗଇ ଚେତନା
ଦୂର କରେ ମନୁ ଭୀତି।
କ୍ଳାନ୍ତ କଳେବର କ୍ଳାନ୍ତି ହେବ ଦୂର
ବିଶ୍ରାମ ବେଳା ନିକଟ
ସନ୍ଧ୍ୟା ଆସରରେ ବାନ୍ଧିବା ହୃଦୟେ
ପବିତ୍ର ପ୍ରାଣର ପଟି।
ହେ ବିଶ୍ଵନିୟନ୍ତା କରି ଦିଅ ଶାନ୍ତ
ପ୍ରକୃତିର ତାଣ୍ଡବକୁ
ସୁନ୍ଦରୀ ସନ୍ଧ୍ୟାର ଓଠେ ହସଭରୁ
ଜଗତ ଦେଖୁ ନୃତ୍ୟକୁ।