ସ୍ଵପ୍ନରେ ଯମଙ୍କ ହଟହଟା
ସ୍ଵପ୍ନରେ ଯମଙ୍କ ହଟହଟା
ସ୍ଵପ୍ନର ସୁନେଲି ମୁଲାୟମ ଶେଯେ
ଶୋଇଛି ବିଜ୍ଞ ମାନବ,
କଳାଧଳା ସବୁ ବାଆଁ ହାତଖେଳ
ସେ ଦୁନିଆଁ ହଲେଇଦେବ।
ହସକାନ୍ଦ,ସତ୍ୟମିଥ୍ୟା,ପାପପୂଣ୍ୟ
ନିମିଷେ ବଦଳି ଦିଏ,
ଧରାକୁ ସେ ସରା ମଣି ତୁଛହୀନ
ଦେବେନ୍ଦ୍ର ପରି ବୋଲାଏ।
----------
ଯମରାଜ କିନ୍ତୁ ନିଜକୁ ତ ଶ୍ରେଷ୍ଠ
ଦେବତା ପଣେ ଗଣାନ୍ତି,
ଚିତ୍ରଗୁପ୍ତ କିମ୍ବ ସୃଷ୍ଟିକର୍ତ୍ତା କାହା
କଥାରେ ନ ଭଳି ଥାନ୍ତି।
ଧରାମାନବର ବୁଦ୍ଧିର ପରୀକ୍ଷାପାଇଁ ମର୍ତ୍ତ୍ୟ ଲୋକ ଗଲେ,
ମିଛ ମାନବକୁ ମିଛେ ମୃତ ବୋଲି
ଯମଲୋକ ଘେନିଗଲେ।
ଯମଲୋକ ଯିବା ପୂର୍ବରୁ ମାନବ
ଲେଖିଲା ମିଛେ ଚିଟାଉ,
ଦେବ ବ୍ରହ୍ମା ବିଷ୍ଣୁ ମହେଶ୍ବର ଦେବ
ମୋ ଚିଟାଉ ପାଉପାଉ।
ତୁମରି ସୃଷ୍ଟିରେ ମୁଁ ଶ୍ରେଷ୍ଠ ମାନବ
ଯମ ନ ବୁଝିଲେ ଏହା,
ଜଣାଇ ତୁମକୁ ଯାଏ ଯମଲୋକ
ଏଥକୁ କରିବ ଯାହା।
ଅଛି ପାଖେ ମୋର ଏକଇ ଯେ ଯନ୍ତ୍ର
କରିବି ମୁଁ ବାର୍ତ୍ତାଳାପ,
ପାଇ ମୋ ଚିଟାଉ ଦେବ ପ୍ରତ୍ୟୁତ୍ତର
ଅବା ନେବ ପଦକ୍ଷେପ।
ଯାଉଯାଉ ପଥେ ଏତିକି ଗୁହାରି
ଘେନା ହେଉବିଶ୍ଵପତି,
ଯମରାଜ ଦେଲେ ମୋତେ ମୃତ୍ୟୁ ଦଣ୍ଡ ଏଥକୁ ଉପାୟ କୁହ,
ଆୟୁଷ ଥାଉ ଗଲି ଯମପୁର
ଚାହି ବିଚାର ଦୟାମୟ।
ଏସବୁ ଦେଖି ଯମଗଣ ଅତିଷ୍ଠେ
ଘୋଷାଡିଲେ ପ୍ରାଣ,
ପ୍ରବେଶ ହେଲା ଯାଇ ଶୀଘ୍ର
ପାଶେ ଉଭା ଯନ୍ତୁରାଣ।
କାଳ ବିଳମ୍ବ କାରଣକୁ
ପୁଛିଲେ ସେହି ଯନ୍ତୁପତି,
ତତକ୍ଷଣ୍ କଳିର ମାନବ ନୂତନ
ମିଥ୍ୟା ଉଦ୍ଭାବନ।
ମିଥ୍ୟାରେ ବିଷ୍ଣୁଙ୍କ ଚିଟାଉ
ଦେଲା ଚିତ୍ରଗୁପ୍ତ କୁ ପ୍ରମାଣ।
ଏ ଲୋକ ସପତ ଦିବସ
ନିମିତ୍ତ ହେଉ ମୃତ୍ୟୁ ଇଶ,
ତତପରେ ମୋହର ଆଦେଶ
ଯିବ ଯେ ଆରେକ ସନ୍ଦେଶ।
ଏ ରୂପେ ଯମ ନିଜ ଗାଦୀ
ଦେଲେ ନରକୁ ଯାଚି,
ଯନ୍ତୁପତି ହୋଇଲା ଯେ
ମିଛ ମର୍ତ୍ତ୍ୟ ମଣିଷ,
ଯମଙ୍କୁ ଦେଲା ଅନେକ
ଦୁଃଖ କ୍ଲେଶ।
ପୁରିଗଲା ଯେ ପାପୀସଂଖ୍ୟା
ସ୍ଵର୍ଗରେ କେତେ,
ଥରହର କମ୍ପିଲା ଅସ୍ଥିର
ଦେବଲୋକ ଯେତେ।
କାରଣେ ଉଭା ଯମଦ୍ଵାରେ
ଯାହା ଦର୍ଶନେ ମତି ଘୁରେ।
ବିଷ୍ଣ ସମସ୍ତ ହେଜକରି,
ମୃତ୍ୟୁ ଦଣ୍ଡରୁ ଯେ ନିସ୍ତାରି।
କଳି ମାନବ କି ନ କରେ,
ଦେବଦାନବ ଏକାକାରେ।
ଯାହା ଥିଲା ସ୍ଵପ୍ନ ବୃତାନ୍ତ,
ଦେଖି ଅସ୍ଥିର ମୋର ଚିତ୍ତ।
ଏ ସ୍ଵପ୍ନ ନ ହେଉ ବାସ୍ତବ,
ଅତି ଚତୁର ଏ ମାନବ।
ଚତୁରେ ବିଷ୍ଠା ଖାଏ କାକ,
ନିସ୍ତାର ନହୋଇବେ ଲୋକ।
ଦୁର୍ବୁଦ୍ଧି ନ ସୁଧାରି ଦେଲେ,
କାକର ପ୍ରାୟ ହେବ ତୁଲେ।
ଶିକ୍ଷୟତ୍ରୀ ପ୍ରଣତି ମହାପାତ୍ର
ବାଲେଶ୍ଵର