ସ୍ଵପ୍ନ ସୋରେହା
ସ୍ଵପ୍ନ ସୋରେହା
ସ୍ଵପ୍ନ ସୋରେହା
¤¤¤¤¤¤¤¤
ସ୍ଵପ୍ନ ଲାଗେ ଆଜି ତୁମେ ନାହଁ ବୋଲି
ତୁମ ସ୍ମୃତି ଅନୁପମା
ତୁମକୁ ଝୁରୁଛି ଏ ଘର ଦୁଆର
ତୁମ ହାତ ସବୁଜିମା।
ତୁମେ ଥିଲ ମୋର ସ୍ଵପ୍ନ ସିତକର
ପ୍ରଶାନ୍ତ ପବନ ଢେଉ
ବୋହିଗଲେ ଥରେ ବୋହି ନେଇଯାଏ
ଅଶାନ୍ତ ମନର କୁହୁ
ତୁମ ସ୍ନେହ ଡାକ ଭୁଲି ମୁଁ ପାରୁନି
ଏବେବି ସପନେ ଆସେ
ତୁମ ମିଠା କଥା ସ୍ୱାଦ ଭରା ମହୁ
ମଧୁଗନ୍ଧ ପରି ବାସେ
ଏ ଘର ଅଗଣା ଖୋଜୁଛି ତୁମକୁ
ସପନରେ ପାଏ ପାଖେ
ତୁମ ପ୍ରିୟ ଯାହା ସ୍ମୃତି ରେ ସାଇତେ
ସପନରେ ସବୁ ଦେଖେ
ତୁମ ହାତରନ୍ଧା କିଏ ଦେବ ମୋତେ
ସପନରେ ଯାହା ପାଏ
ପ୍ରାଚୁର୍ଯ୍ୟ ପଡିଛି ପରିତୃପ୍ତି ନାହିଁ
ସପନରେ ଆଶା ରହେ।
ସ୍ଵପ୍ନ ଆଜି ମୋର ସ୍ମାରକ ପରାୟ
ସ୍ମୃତି ସ୍ତମ୍ଭ ପରି ଗୋଟେ
ତୁମଠାରେ ଶ୍ରଦ୍ଧା ହେଲାକି ଶରଧା
ପାଇବାକୁ ବାଲି ମୁଠେ
ପ୍ରଶାନ୍ତ କୁମାର ହୋତା