ଏ ଛାତିର ଯେତେ କୋହ
ଏ ଛାତିର ଯେତେ କୋହ
1 min
6.6K
ଏ ଛାତିର ଯେତେ କୋହ
ଏ ମନର ଯାତନା..
ଲୁହ ହୋଇ ବହିଯା’ରେ
ଏ ଅନ୍ଧାର ଅଗଣା....
ଜହ୍ନ କାନ୍ଦେ ତାରା କାନ୍ଦେ
କାନ୍ଦେ ବି ତ ଅନ୍ଧାର,
ଲୁହ ଛଡା କୁହ ସାଥୀ
କିଏ ବେଶି ନିଜର......
ଏ ମନର ଯେତେ କଥା
ହୃଦୟର ବେଦନା....
ଲୁହ ହୋଇ ବହିଯା’ରେ
ଏ ଅନ୍ଧାର ଅଗଣା....(1)
ଫୁଲ ଝୁରେ ବାସ୍ନା ଝୁରେ
ଝୁରେ ବି ତ ସପନ,
ନିରବତା ଛଡା କୁହ
କିଏ ରଖେ ଗୋପନ.....
ଏ ଛାତିର ଯେତେ ବ୍ୟଥା
ଜୀବନର ଯାଚନା....
ଲୁହ ହୋଇ ବହିଲାରେ
ଏ ଅନ୍ଧାର ଅଗଣା....(2