ଗୁଲୁରୀ 6
ଗୁଲୁରୀ 6
1 min
6.7K
କେମିତି ବୁଝିବୁ ଗୁଲୁରୀ ତୁ ସତେ
ମୋର ହୃଦୟର କରୁଣ ସ୍ୱନ
ବୁଝିବା ଲୋକ ତ ବୁଝି ନ ବୁଝନ୍ତି
ତୋ ଶିଶୁ ମନ କି ମୋ ଶୁଭ ମନ
ତୋ କିମିଆଁ ପ୍ରେମ ଅଧିକାର ଦେଲା
ନିଜ ପିଲାଠୁ ବି ବେଶି ନିଜର
କେମିତି ବୁଝିବୁ ନିଜ ଭାବିବାକୁ
ଭାଙ୍ଗିଦିଏ ଆଜି ସାହସ ମୋର
ଜାଣିନାହିଁ ସିନା କେଉଁ କୁକର୍ମରୁ
ତୋ ପାଇଁ ଯନ୍ତ୍ରଣା ସୀମା ବିହୀନ
ହେଲେ ମୋ ମୁକତି ସହଜ ହୋଇବ
ଯନ୍ତ୍ରଣାରେ ଯଦି ହେବ ମରଣ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©