Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମେହେନତି ହାତ

ମେହେନତି ହାତ

1 min
133


କାର୍ମିକ ଶ୍ରମିକ କୃଷକ ସୈନିକ ବୈଜ୍ଞାନିକ ଶ୍ରମ ବଳେ

ଦାନା କନା ମିଳେ ଦେଶ ରକ୍ଷା ହୁଏ ପ୍ରଗତିର ବାନା ଉଡେ ।


ନିରଳସ ସେହି ଶିରାଳ ହାତରେ ଗଢନ୍ତି ଦେଶ ଦଶକୁ

ଛାଲ ପଡିଯାଏ ହାତରେ ନାହିଁ କେ ଆହା ଟିକେ କରିବାକୁ।


ସମାଜର ମେରୁଦଣ୍ଡ ଏଇମାନେ ଶ୍ରମିକର ଶ୍ରମଦାନ

କୃଷକ ଯୋଗାଏ ଦାନା କନା କାରିଗର ଗଢେ ଅନୁଷ୍ଠାନ ।


ଘରଦ୍ବାର ରାସ୍ତା ମନ୍ଦିର ସହର ବିଦ୍ୟାଳୟ ପ୍ରେକ୍ଷାଳୟ ।

କାର୍ମିକ ଶ୍ରମିକ ନିର୍ମାଣ କରନ୍ତି ନାହିଁ ତାଙ୍କ ଶ୍ରମାଳୟ ।


ସୈନିକ ସୀମାରେ ସୁରକ୍ଷା ଯୋଗାଏ ଶାନ୍ତିରେ ଶୋଉଛୁ ଆମେ ,

ଆଭ୍ୟନ୍ତରୀଣ ବିପତ୍ତି ବେଳରେ ସହଯୋଗ ଆସେ କାମେ ।


ବୈଜ୍ଞାନିକ ଆମ ରାତି ଦିନ ଏକ କରି ଗବେଷଣା ଫଳ,

ନାଶା ପରିଯନ୍ତେ ମହାକାଶ ଯାତ୍ରା ହେଉଛି ହେଳେ ସଫଳ


ତ୍ରିଶୁଳ ଧନୁଷ ଅଗ୍ନି ପୃଥ୍ବୀ ଆଦି ଦେଶ ହିତେ ନିୟୋଜିତ

ସବୁଜ ଶ୍ୱେତ ଲୋହିତ ବିପ୍ଲବ ଅଗ୍ରଗତିର ସଂକେତ ।


ସମ୍ବର୍ଦ୍ଧନା କେବେ ଦିଏ ନାହିଁ କେହି ମେହେନତି ମଣିଷକୁ

ଭିଡର ମଣିଷ ପାଲଟି ଯାଏ ସେ ଶ୍ରେୟ ମିଳେନାହିଁ ତାକୁ ।


ଫରାସୀ ବିପ୍ଳବ ଅଗଷ୍ଟ ବିପ୍ଳବ ଇତିହାସ ଅଛି ସାକ୍ଷୀ

ସାମ୍ୟବାଦ ଚାଲେ ଭାଷଣରେ ଖାଲି ଧରମକୁ

ଠାରି ଆଖି ।


ବାସ୍ତବ ସମାଜେ ସମାନତା ଯଦି ଆସିବାର ଅଛି କେବେ

ମେହେନତି ମଣିଷକୁ ସମ୍ମାନ କରିବେ ସମସ୍ତେ ଯେବେ ।


Rate this content
Log in