Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ପୁରୁଣା ପରିଚୟ

ପୁରୁଣା ପରିଚୟ

1 min
244



ଜୀବନଚର୍ଯ୍ୟାରେ ପ୍ରତିଦିନ ଦେଖିବେ ରାତିଦିନ,

କିଛି ପୁରୁଣା ପରିଚୟ ମନେ ପଡ଼ିବେ ଅନୁଦିନ,

ସମସ୍ତଙ୍କ ସମୟସୀମା କମିଯାଉଛି ଦିନକୁଦିନ,

ଯଥାସମ୍ଭବ ଯଥାଶୀଘ୍ର କରନ୍ତୁ ବିଶିଷ୍ଟ ବନ୍ଧୁମିଳନ |୧|


ବର୍ଷ ବର୍ଷକୁ ହେବ ନୂତନ ଜନଙ୍କ ସହ ମିତ୍ରତା,

କେବେ ବି ଭୁଲିବେନି ପୁରାତନ ବ୍ୟକ୍ତିଙ୍କ ବନ୍ଧୁତା,

ବଢ଼ି ବଢ଼ି ଚାଲିବ ଯେ ଜୀବନ ନିଶୁଣିର ଉଚ୍ଚତା,

କଷ୍ଟକାଳରେ ବାଲ୍ୟବନ୍ଧୁ ଜଣାନ୍ତି ନିଜ ଆତ୍ମୀୟତା |୨|


ବର୍ତ୍ତମାନ ସହ ସଂଯୋଗରେ କରନ୍ତୁ ପ୍ରୀତିକର ପରିଚିତ,

କୌଣସି ପରିସ୍ଥିତି ରେ କରିବେନି କାହାକୁ ଅଭୁଲା ଅତୀତ,

ସେମାନେ ହେଲେ ନିଜ ଜୀବନ ରେ ସନ୍ତୋଷ ର ସ୍ରୋତ,

ତାଙ୍କ ସୁଖକର ସାମିପ୍ୟ ର ଅମୁଲ୍ୟ କ୍ଷଣ କୁ କରନ୍ତୁ ଯାପିତ |୩| 


ଦେବାକୁ ହେବ ସମଗ୍ର ଐହିକ ଅନୁବନ୍ଧକୁ ଔଚିତ୍ୟ,

ରଖିବାକୁ ହେବ ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ,

ପୁରୁଣା ପରିଚୟଙ୍କୁକୁ ନିଶ୍ଚୟ ଦିଅନ୍ତୁ ପ୍ରାପ୍ୟ ପ୍ରାଥମ୍ୟ,

ଶ୍ରୀଜୀଉ ମାତା-ପିତା ଗୁରୁଜନଙ୍କ ସ୍ଥାନ ସଦା ପ୍ରାଧାନ୍ୟ |୪|


Rate this content
Log in