ତୁମେ
ତୁମେ
ତୁମେ
ମୋ ଉଦାସ ଆଖିର
ଅସରନ୍ତି ସ୍ବପ୍ନ .....
ମୋ ଶବ୍ଦାୟିତ ଓଠ ର
ନିସ୍ତବ୍ଧ ଉଚ୍ଚାରଣ I
ତୁମେ
ମୋ ନିରବ ହୃଦୟର
ଅକୁହା ବେଦନା...
ମୋ ନିସଙ୍ଗ ମନର
ପ୍ରତୀକ୍ଷାରତ ଖିଆଲ I
ତୁମେ
ମୋ ଅସୁମାରୀ ସ୍ବପ୍ନର
ଅଭୁଲା ନାୟକ .....
ମୋ ସୃଷ୍ଟ କବିତାର
ଯେତେ ଅବାସ୍ତବ କଳ୍ପନା I
ତଥାପି, ତୁମେ .....
ଏକମାତ୍ର ପୁର୍ଣ୍ଣତା
ମୋ ଜୀବନର ଶୂନ୍ୟ ସ୍ଥାନରେ I
ଡ଼କ୍ଟର ଶୁଭଶ୍ରୀ କର I