Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

5.0  

Shiba Charan Mahapatra

Others

ସମର୍ପଣ

ସମର୍ପଣ

1 min
381



କେଉଁ ଅଭିମାନ ଅଭିଯୋଗ ଆଉ

କରିବି ତୋତେ ଗୋସାଇଁ

ସବୁ ଦେଲା ପରେ କେ ମୁଖେ କହିବି

କିଛି ମୋତେ ଦେଲ ନାହିଁ..!


ଦୁଃଖ ଅନଳରେ ଜଳୁଥିଲି ଯେବେ

ସୁଖ ବାରି ଦେଲ ଝାରି 

ସଂସାର ଜଞ୍ଜାଳେ ଘାଣ୍ଟି ହେଲି ବୋଲି

ନେଲ ପୁଣି କୋଳ କରି..!


ଖୋଲା ମନ ନେଇ ଉଡିବି ଚାହିଁଲି

ଆକାଶଟା ଦେଲ ମେଲି

ସରଗ ଅମୃତ ମର୍ତ୍ତ୍ୟେ ଚାଖିବାକୁ 

ତୁମ୍ଭ ନାମ ଦେଲ ଖୋଲି..!


ରାଗିଲେ ରୁଷିଲେ ଗାଳିକଲେ ତୋତେ

ଆହା କରିବୁ କି ସତେ

ଏତେ ବି ଅବୁଝା ନୁହେଁ ମୁଁ କହ୍ନେଇ 

ବୋକା ବନେଇବୁ ମୋତେ..!


ନନ୍ଦନବନ'ର ପାରିଜାତ କିବା 

ତୋ ଛଡା ଫୁଲଠୁ ଶ୍ରେଷ୍ଠ 

ତା' ସୌନ୍ଦର୍ଯ୍ୟ ଲୋଭେ ତୁମ ସଙ୍ଗ ଛାଡି 

ହୋଇଯିବି ପଥଭ୍ରଷ୍ଟ..!?


କେଉଁ ସରଗ'ର ସୁଖ ଲୋଡାନାହିଁ 

ତୁମେ ଥିଲେ ସାଥେ ମୋର

ତୁମେ ମୋର ସଖା ତୁମେ ମୋର ସ୍ୱାମୀ 

ତୁମେ ହିଁ ସାରା ସଂସାର..!


କିଛି ଜାଣେ ନାହିଁ ଏତିକି ଜାଣିଛି 

ତୋ ପାଖେ ସବୁ ଉତ୍ତର 

ମୁଁ ତୋର ଦାସ ତୋ ପାଦ ସେବକ

ସମର୍ପିତ ପ୍ରାଣ ମୋର..!



Rate this content
Log in