ଦୁହିତା
ଦୁହିତା
ଦୁହିତା ଅଟଇ ଦୁଇ କୁଳ ପାଇଁ
ସର୍ବଦା ହିତକାରିଣୀ
ଅନାଦର ଯୋଗୁଁ ବହୁତ ଦୁହିତା
ସାଜନ୍ତି ଦୁଷ୍ଟ ଯୋଗିନୀ
ତିନିଟି ଭୂମିକା ନିଖୁଣ ଭାବରେ
ଯିଏ କରି ଦେଇ ପାରେ
ସାଧାରଣ ତାକୁ ଭାବିବ କଳ୍ପନା
କେବଳ ନିର୍ବୋଧ ଠାରେ
ବାପଘରେ କିଏ ଅନାଦର ହୁଏ
ଶାଶୁଘରେ ପାଏ ଦଣ୍ଡ
ସରଳ ସୁଶୀଳ ଦୁହିତା ବି ହୋଇ
ପାରେ ରୁକ୍ଷ ଓ ପାଷଣ୍ଡ
ଯାହା ମୁଁ ଦେଖିଲି ତାହା କହିଦେଲି
ଏପଟ ସେପଟ ଲେଖି
କାହାର କର୍ତ୍ତବ୍ୟ କେମିତି ରହିଛି
ଭାବିଲେ ପାରିବ ଶିଖି
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©