Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

4.3  

Sukanti Hotta

Others

ଅ ଠୁଁ ଲ ଯାଏଁ ଶିବଙ୍କ ବନ୍ଦନା

ଅ ଠୁଁ ଲ ଯାଏଁ ଶିବଙ୍କ ବନ୍ଦନା

2 mins
656


'ଅ'ତି ସୁନ୍ଦର କମନୀୟ କାନ୍ତି ସଂହାର କରତା ଶିବ

'ଆ'ସିଯାଅ ତୁମେ ଏଧରା ଧାମକୁ ଦୁଷ୍ଟ ବିନାଶ ହେବ l


'ଇ'ହ ଜଗତରେ ତୁମ ନାମ ଶ୍ରେଷ୍ଠ ତୁମେ ପରା ଭୋଳାନାଥ

'ଈ'ଶ୍ୱର ତୁମେ ଜଗତରେ ଶ୍ରେଷ୍ଠ ଅନାଥର ତୁମେ ନାଥ l


'ଉ'ଠଉଠ ପ୍ରଭୁ ତପସ୍ୟାରୁ ତୁମେ ରଖ ମୋହର ବିଶ୍ୱାସ

'ଊ'ଣା କରିବନି ତୁମରି କରୁଣା ହେ ଯୋଗାଧି ପୁରୁଷ l


'ଋ'ଷି ଗଲେ ତୋତେ ଗାଳି ଦେଉଥାଏ ଅଭିମାନେ ବସି ରହେ

'ୠ'ଗୁଣ ଶରୀରେ ଜପି ପାରେନି ମୁଁ ଚକ୍ଷୁରୁ ଲୋତକ ବହେ l


'ଏ'ହି ଜୀବନରେ ମାଗୁନାହିଁ କିଛି ଦର୍ଶନ ଦିଅ ଥରେ

'ଐ'ଶ୍ୱର୍ଯ୍ୟ ବିଭବ ମୋତେ ଲୋଡ଼ା ନାହିଁ ଡାକ ଶୁଣ ମୋର ବାରେ l


'ଓ'ଠାରୁ ରୁ ଜାତ ତୁମେ ଭୋଳାନାଥ ଗଣେଶ ତୁମ ନନ୍ଦନ l

'ଔ'ଷଧର ତୁମେ ଅଟ ମହାଶୌଧି ଚରଣେ କରେ ବନ୍ଦନ l


'କ'ର୍ତବ୍ୟ ରଜ୍ଜୁରେ ବାନ୍ଧି ହୋଇଛି ମୁଁ ଅଂହ ଭାବକୁ ଧରି

'ଖ'ଚ୍ଚ ମିଛ ଲାଞ୍ଚ ଏହି ଦୁନିଆରୁ କରାଅ ମୋତେ ପାରି l


'ଗ'ର୍ବ ଅହଂକାର ହୃଦୟରେ ଧରି ଅନ୍ଧ ପୁଟୁଳି ବାନ୍ଧିଛି

'ଘ'ରର ଜଞ୍ଜାଳେ ଘାଣ୍ଟି ହୋଇଯାଇ ତୁମ ନାମକୁ ଭୁଲିଛି l


'ଚ'ନ୍ଦ୍ରମା ମସ୍ତକେ ସୁନ୍ଦର ଦିଶୁଛି ଆହେ ଭୋଲାଶଂକର

'ଛ'ତ୍ରଛାୟା ତଳେ ମୋତେ ରଖିଥିବ ତୁମ କରୁଣା ଅପାର l


'ଜ'ଟାରେ ତୁମେ ଗଙ୍ଗାକୁ ଧରିଛ ଗଙ୍ଗାଧର ତୁମ ନାମ

'ଝ'ଡ଼ଝଞ୍ଜା ସବୁ ମୋର ଦୂର କରି ତୁମ କୋଳେ ଦିଅ ସ୍ଥାନ l


'ଟ'ଳଟଳ ହୁଏ ଆସନ ତୁମର ଭକ୍ତିରେ ଯିଏ ଡାକେ

'ଠ'ଣସୁନ୍ଦର ହରିଙ୍କ ପାଖେ ଆନନ୍ଦେ ପୂଜନ୍ତି ଲୋକେ l


'ଡ଼'ମଡ଼ମ କରି ଡମ୍ବରୁ ବଜେଇ ମେଦିନୀ କମ୍ପାଇ ଦିଅ

'ଢ'ଳଢଳ ହୋଇ ସୁନ୍ଦର ନୃତ୍ୟରେ ନିଜେଭି ବିଭୋର ହୁଅ l


'ତ'ମପରି ପ୍ରଭୁ ଜଗତରେ ନାହିଁ ବିଷକୁ ପାନ କରିଛ

'ଥ'କି ଯାଇ ପ୍ରଭୁ ଡାକି ମୁଁ ପାରୁନି ମୋ ହୃଦେ ତୁମେ ରହିଛ l


'ଦ'ରକାର ନାହିଁ ଧନ ସମ୍ପତି ତୁମ କୃପା ରହି ଥାଉ

'ଧ'ରି ତୁମ ନାମ ଯାଉ ମୋ ଜୀବନ ଏତିକି କରୁଣା ହେଉ l


'ନ'ଜାଣେ ମୁଁ ଭକ୍ତି ନାହିଁ ମୋର ଜ୍ଞାନ ଆହେ ଶିବଶଙ୍କର

'ପ'ର କରିବନି କେବେ ହେଲେ ତୁମେ କର ମୋତେ ଆପଣାର l


'ଫ'ଣା ଟେକି ସର୍ପ ତୁମରି ଗଳାରେ ଅତ୍ୟନ୍ତ ସୁନ୍ଦର ଦିଶେ

'ବ'ସିଥାଅ ପ୍ରଭୁ ତପସ୍ୟାରେ ତୁମେ ଅର୍ଦ୍ଧାଙ୍ଗିନୀ ଧରି ପାଶେ l


'ଭ'କ୍ତଭାବେ ବନ୍ଧା ଭକ୍ତ ପ୍ରାଣଧନ ଭକ୍ତର ତୁମେ ଜୀବନ

'ମ'ରଣ ଜନମ ସବୁ ତ ଭିଆଣ ଅଟେ ମୁଁହି ଅଜ୍ଞାନ l


'ଯ'ଶଃକୀର୍ତ୍ତି ସବୁ ଭରିଦିଅ ପ୍ରଭୁ ସଂହାର କରତା ହର

ରକ୍ଷା କର ପ୍ରଭୁ ତୁମରି ସୃଷ୍ଟିକୁ ହେ ସତ୍ୟ ଶିବ ସୁନ୍ଦର l


'ଶ'ଙ୍କର ହେ ତୁମେ ନିଦ୍ରିତ ମୁଦ୍ରାରେ ସଦାବେଳେ ବସିଥାଅ

'ଷ'ଡ଼ାନନ ପିତା ଯୋଗୀଙ୍କର ଯୋଗୀ ହରି ନାମ ଜପୁଥାଅ l


'ସ'ରକ୍ଷୀର,ଦହି,ଘିଅ,ଗୁଡ଼,ମହୁରେ ଅଭିଷେକ ତୁମେ ହୁଅ

'ହ'ରପାର୍ବତୀ ହେ ପ୍ରସନ୍ନ ହୋଇଣ ଆନନ୍ଦରେ ବର ଦିଅ l


'କ୍ଷ'ମାକର ପ୍ରଭୁ ମୋହର ଦୋଷକୁ ପୂଜାଵିଧି ଜାଣିନାହିଁ

'ଲ'ୟରେ ଡାକୁଛି ତୁମରି ନାମକୁ ତୁମ ପଦେ ସ୍ଥାନ ପାଇଁ l


ସୁକାନ୍ତି ହୋତା ତାଳଚେର 7008819476


Rate this content
Log in