Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଦୟାର ସାଗର ଜଗତ ଈଶ୍ବର

ଦୟାର ସାଗର ଜଗତ ଈଶ୍ବର

1 min
2.6K


ଦୟାର ସାଗର ଜଗତ ଈଶ୍ଵର

ଦୟାମୟ ଦୟାବହି

କେତେ ନିଧାନରେ ଦୟଣା ତୋ ବହେ

ଜଗତ ମଙ୍ଗଳ ପାଇଁ


ଦାତା ପଣିଆରେ ହିମାଦ୍ରି ଶିଖର

ମହାପ୍ରଭୁ ମହାବୀର

ଦୈତ୍ୟକୁ ସଂହାରି ହେଲ ଦଇତାରୀ

ହରିଲ ପାପୀଙ୍କ ଭାର


ଦୁଃଖ ବନ୍ଧୁ ତୁମେ ଦିନ ବନ୍ଧୁ ତୁମେ

ଜଗତ ବନ୍ଧୁ ହେ ସାଇଁ

ରଙ୍କୁଣିର ଧନ ଦିନଜନ ମାନ

ଦିନ ଦୁଃଖ ନାଶ ପାଇଁ


ଦରଶନେ ତୁମ ଦୂର ହୁଏ ଦୁଃଖ

ଏତେ ଭାଗ୍ୟ ମୋର କାହିଁ

ଜଗତ ଜନରେ ହୁରି ପଡିଯିବ

କେତେ ସେବାକଲେ ପାଇ


ଦଶାନନ ଦର୍ଶି ଖିନ୍ନ ବନବାସୀ

ଦରଶନେ ଗଲା ତରି

ଗୋପାଳ ବେଶରେ କଂଶ ଚାଣୁରରେ

କୃପାକଲ ଗିରିଧାରୀ


ଦୁଧ ଦହି ସର ଖାଇ ଘରଘର

ଗୋପେ ଗୋପୀ କଲ ପାର

ଦାସିଆ ଭକତି ଦେଖି କୃପାନିଧି

ଦେଲ କୃପା ହସ୍ତେ ତାର


ଦୟା ସାଗରହେ ଦୟା ରଖି ଥାଅ

କରୁଣା ବାରିଧି ଭରି

ଦୟାଳୁ ପଣରେ ତୁମେ ଦୟାନିଧି

ଦୟାର ଦୟିତ ହରି


ପ୍ରଶାନ୍ତ କୁମାର ହୋତା


Rate this content
Log in