Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୬୦

ସନେଟ -୬୦

1 min
6.8K


ଆଉ କି ଦେଖିବ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ

ମମ ଆଶା-ପ୍ରଦୀପରେ ଢାଳିଥିଲା ତୈଳ

ଶାନ୍ତି,ଭକ୍ତି,ଅହିଂସାର ମହାଭକ୍ତକର ।।

ଧ୍ବାନ୍ତ ପୂର୍ଣ୍ଣ ଚିତ୍ତ-ଗୃହେ ସତ୍ୟର ଆଲୋକ -

ମଙ୍ଗଳେ ଜଳିବ,ମୁଦେ ଜନ୍ମିଲା ପୁଲକ ।।

ସ୍ୱାଧୀନତା-ଅଗ୍ନି କାଠି ମାରି ଜାଳି ଦେଲା -

ସଳିତାକୁ,ନିଶିଥରେ ସେହି ଧର୍ମାବଳା ।।

ପ୍ରଫୁଲ୍ଲିତ ହେଲା ମନ,ହର୍ଷ ଆଲିଙ୍ଗନେ

ହସେ ଯଥା ପୁଷ୍ପ କଢ଼ି ମଳୟ ସ୍ପର୍ଶନେ ।।

କିନ୍ତୁ !ହାୟ ଲିଭିଗଲା ଚାହୁଁ ଚାହୁଁ ଆଜି

ବିଶ୍ବସ୍ତା ବ୍ରାହ୍ମୀ କୁପ୍ରେକ୍ଷା - ପ୍ରଭଞ୍ଜନ ବାଜି ।।

ଦ୍ୟୁତି ଭରା ହୃଦପୁରେ ଭୀମରୂପ ଧରି

ନୈରାଶ୍ୟ-ତମ ଗ୍ରାସିଛି,ସୂରେ ରାହୁପରି ।।

ଦିଷ୍ଟ-ଦର୍ଶନ ଆଉ କି ସେ କାନ୍ତି ଦେଖିବ ?

ଯାଇଛି ଚାଲି ସେ ପୁରେ ଶକ୍ତିଷ୍ଠ ବିଭବ ।।

ସମାପ୍ତ


Rate this content
Log in

Similar oriya poem from Classics