Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

4.5  

BISWESWAR MAJHI

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
7.2K


ଜ୍ୟୋଷ୍ଠ ମାସର ଅମାବାସ୍ୟା ତିଥି ସାବିତ୍ରୀଙ୍କ ନାମେ ଜଣା

ସତୀ ଶିରୋମଣି ସତ୍ୟବାନ ପତ୍ନୀ ଅଶ୍ୱପତିଙ୍କ ଦୁଲଣା ।

ହେ ସାବିତ୍ରୀ; ମହିୟସୀ ମହାଭାରତୀୟ ନାରୀଙ୍କୁ ରତନ

ପତୀଙ୍କ ଆତ୍ମା ନଛାଡିଲ ତୁମେ ଯମପୁରୀ କିରଣ ଯତନ ।

ପତୀ ପତ୍ନୀ ସଂପର୍କ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି

ଦୁଇ ଆତ୍ମା ହୋମାଗ୍ନିରେ ଜଳି ଏକାକାର ହୁଏ ସ୍ୱର୍ଣ ପରି ।

ଆଧୁନିକ ସାବିତ୍ରୀ ରମଣୀ ଲୋକାଚାରେ ସୀମାବଦ୍ଧ ମାତ୍ର

ପଡିଶାଠୁ ପଛରେ ପଡିଲେ ମହାତେଜେ ଯୁଝିବ ସର୍ବତ୍ର ।

ଭଲ ଶାଢୀ ଦାମିକା ଫଳରେ ରକ୍ଷା କରିବ ତା ମାନ

ଲୋଡା ହେଲେ ବାଜି ଲଗାଇବ ଅକିଂଚନ ପତିର ଜୀବନ ।

ସାବିତ୍ରୀ ତ ପତିପ୍ରାଣା ନାରୀ ପାଟ ପିତାମ୍ବରୀ ରୁ ଉର୍ଦ୍ଧ୍ୱରେ

ଜାଜୁଲ୍ୟମାନ "ଦୁହିତା ଦୁଇକୁଳକୁ ହିତା"ର ସାଧନାରେ ।

ସାବିତ୍ରୀଙ୍କୁ ଟାଣ ନାହିଁ କାଠଗଡାକୁ ପ୍ରତିବର୍ଷ ଆଉ

ବ୍ୟଂଗ ବିଦୃପରେ ଆତ୍ମା ତାଙ୍କ ଜର୍ଜରିତ ନହେଉ ।

ବ୍ରତ ଖାଲି ସୁତାଟିଏ ନୁହେଁ ଶଉକିରେ ହାତେ ବାନ୍ଧିବାକୁ

ବ୍ରତ ଏକ ପ୍ରତିଜ୍ଞା କାୟମନୋବାକ୍ୟରେ ନିଭାଇବାକୁ ।

-ବିଶ୍ଵେଶ୍ୱର ମାଝୀ-


Rate this content
Log in