Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ନାରୀ

ନାରୀ

1 min
6.7K


ରୋମାଣ୍ଟିକ କବି ମାୟାଧର ମାନସିଂହ


ତୁମ୍ଭର ପ୍ରଣୟ ଦାନେ ବୁଝିଛି ପ୍ରଥମେ

ନାରୀର ମହିମା ସଖି ।ନଉଁଛି ସରମେ

ମୋହର ପୁରୁଷ ଗର୍ବ ତବ ପଦତଳେ

ମନ୍ତ୍ର-ଶାନ୍ତ ସର୍ପ ସମ ।ତବ କଟାକ୍ଷରେ

ଉଦ୍ଦାମ ବାସନା ମମ ମାନି ପରାଭବ

ହେଲା ଶାନ୍ତ-ସଙ୍କୁଚିତ । ମଧୁ ସ୍ପର୍ଶେ ତବ

ପ୍ରସୁପ୍ତଇ ପୁରୁଷ-ଆତ୍ମା-ମନ୍ଦାକିନୀ ଜଳ

ଉଚ୍ଛ୍ୱାସେ ଉଠିଛି ବହି ;ଶାସନେ ତୁମ୍ଭର

ଜାଗ୍ରତ ଦେବତା ମୋର ହୃଦ-ସିଂହାସନେ

ବହୁଦିନ ସୁପ୍ତି ପରେ ।ପ୍ରତି କ୍ଷଣେ କ୍ଷଣେ

ବୀର କରି ପଠାଉଛ ଜଗତର ରଣେ

ପ୍ରୀତିର କବଚ ଦେଇ,ଫେରିଲା ମୋ ବ୍ରଣେ

ପୋଛୁଚ କଲ୍ୟାଣ ସ୍ପର୍ଶେ । ତୁମ୍ଭର ପ୍ରଣୟ

ଦେଲା ମୋତେ ନାରୀତ୍ବର ସତ୍ୟ-ପରିଚୟ ।

ସମାପ୍ତ


Rate this content
Log in

Similar oriya poem from Classics