ଅବୁଝା କବିତା
ଅବୁଝା କବିତା
1 min
191
ହଁ.. କେମିତି ବୁଝିବ ତୁମେ ହୃଦୟ ର ଭାଷା
ତମର କଣ ଆଖି ଅଛି..??
ହଁ.. କେମିତି ଶୁଣିବ ତୁମେ ମଧୂମହ୍ଲାର ରାଗ
ତୁମର କଣ କାନ ଅଛି..??
ତୁମ ଆଖି ଆଗେ ତ ବହଳ ବହଳ ମୃଗତୃଷ୍ନା ଲାଳସା..
ଆଉ ପତଳା ଫ୍ରେମ ଦିଆ ରଙ୍ଗୀନ କାଚ ର ଖୋଳପା..
ଏବେ ତମକୁ ଦିଶିବ ସବୁକିଛି ଖାଲି ଝାପ୍ସା ଝାପ୍ସା ..
ତୁମ କାନ ତ ମୋ ହାତ ତିଆରି ମଫଲର ର ଉଷୁମ ରେ ଭରେ ନିଶା..
ତେବେ ତୁମେ କି ଜାଣିବ ହୃଦୟ ବି କାନ୍ଦୁଥାଏ
ନିଃସଙ୍ଗତା ର ଉଦାସିଆ ଚାହାଣୀ ରେ..
ଛିନ୍ନଛତ୍ର ହୋଇ ଅବୁଝା ଆଖିରେ..
ଯେବେ ତୁମେ ନବଯୌବନ ପାଇ
ଚୁପ୍ଚାପ୍ ଉଡିବାକୁ ଗୋଡକାଢ
ସୌନ୍ଦର୍ଯ୍ୟ ର ମହୁଆ ନିଶା ରେ..
ତୁମ ହୃଦୟ ବି ଆଖି ବୁଜିଦିଏ ତଳକୁ ଚାହିଁ ..
ବୋଧେ ଚାହେଁନି ସେ ଲୋକହସା ହେବାପାଇଁ..
ବାସ୍ ..
ତୁମ ଭାବାବେଗ ଚେଇଁଉଠେ ସୁପ୍ତ ସର୍ପ ପ୍ରାୟ ପଂକ୍ତିର ଫଣା ଦୋହଲେଇ..
କେ ରଖେ ପେଡି ରେ ସାଇତି ପୁଣି କିଏ ଚାଲିଯାଏ ତୁମକୁ ଗ୍ରନ୍ଥାଳୟେ ଫିଙ୍ଗି ଦେଇ..
ସତରେ..
ଯେବେ ଆପଣାର କରନ୍ତି ହତାଦର..
ତେବେ କା କୋଳେ ଗୁଞ୍ଜିବ ମଥା ତୁମ
କେ ପାରିବ ପଢି ହୃଦ ତୋର..
ଏହା ଅଭିଯୋଗ ନୁହେଁ ଅଭିମାନଭରା କଥା ମୋର..
ତୁମେ ହିଁ ତ ମୋ ଗାଣ୍ଡୀବ ଧନୁ ର ରଣହୁଙ୍କାର..
ତେବେ ମୁଁ ..??
ମୁଁ ..ତୁମ ଅଙ୍ଗେ ଚିତ୍ର ଆଙ୍କୁଥିବା ଅବୁଝା କୁନି ଚିତ୍ରକାର ...