Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Drama

5.0  

ବି. ନିରୁପମା

Action Drama

ଭ୍ରମଣ କରି ଦେଖିବେ ପ୍ରଭୁ ସର୍ବତ୍ର

ଭ୍ରମଣ କରି ଦେଖିବେ ପ୍ରଭୁ ସର୍ବତ୍ର

1 min
456



ବୃଷଭ ବାହନେ ବିଜେ ଶ୍ରୀ ମହେଶ୍ବର,

ମାଆଙ୍କୁ ନେଇ ଆସିବେ ମରତପୁର ।

ସାଥିରେ ଆସିବେ ତାଙ୍କ ଶ୍ରୀ ଗଜାନନ,

କରିବାକୁ ମର୍ତ୍ତ୍ୟପୁରେ ତୀର୍ଥ ଭ୍ରମଣ


ଶିବାଳୟ,ଶକ୍ତିପୀଠ,ଗଣେଶ କ୍ଷେତ୍ର ,

ଭ୍ରମଣ କରି ଦେଖିବେ ପ୍ରଭୁ ସର୍ବତ୍ର ।

ଭକତଙ୍କ ପାଶେ ମିଳି ଶୁଣି ଗୁହାରି ,

ଦୁଃଖ,ଶୋକ ସଙ୍କଟରୁ କରିବେ ପାରି ।


ଆଶୁତୋଷ ଅଳପରେ ହୋଇ ପ୍ରସନ୍ନ,

ଆଶିଷ ଦେବେ ଭକ୍ତଙ୍କୁ ଦେଇ ଦର୍ଶନ ।

ଦେଖି ସନ୍ତାନମାନଙ୍କ ଭାବ ଭକତି,

ବିତରି ଦେବେ ମାଆ ତ ତାଙ୍କ ଶକତି ।


ପଣତର ଆଢୁଆଳେ ରଖିବେ ଢାଙ୍କି,

ବିପଦୁ ତରିବେ ଭକ୍ତ ମାଆଙ୍କୁ ଡାକି ।


ଗଣପତି ଦେବଙ୍କୁ ଯେ ପାରିବ ତୋଷି,

କୃପାକରି ଦେବେ ତା'ର ଅଜ୍ଞାନ ନାଶି ।

ବିଦ୍ୟା,ବୁଦ୍ଧିରେ ସେ ପରା ହେବ ପ୍ରବୀଣ,

ଜ୍ଞାନୀ, ଗୁଣୀ ହିସାବରେ ହୋଇବ ଗଣ୍ୟ ।


ଏ ତିନି ମୂରତି ଦେଲେ ଏକାଠି ଦେଖି ,

ପବିତ୍ର ହୋଇବ ନିଶ୍ଚେ ଆମରି ଆଖି ।

ଘୁଞ୍ଚିଯିବ ଦୁଃଖ, ଶୋକ,ବାଧା-ବିପତ୍ତି,

ଉଦ୍ଧରି ଧରିବେ ସେ ତ ଦେଇ ଶକତି ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in