ପ୍ରକୃତ କବି
ପ୍ରକୃତ କବି
ନିଜ କବିତାକୁ ଭଲ ଭାବୁଛ
ଅନ୍ୟ କବିତାକୁ ଚାହୁଁନ
ନିଜ କବିତାରେ ଲାଇକ ଚାହୁଁଛ
ଅନ୍ୟ କବିତାରେ ଦେଉନ
କବି ଯିଏ ସିଏ ଭଲ ପାଇଥାଏ
ଲେଖାଟିଏ ଯେବେ ଦେଖେ
ତନ୍ନ ତନ୍ନ ଅଧ୍ୟୟନ କରି
ନିଶ୍ଚୟ କିଛିଟା ଶିଖେ
ପ୍ରକୃତ କବି ତ ତାହାଙ୍କୁ କହିବା
ଯିଏ ଲେଖାକୁ ସମ୍ମାନ ଦିଏ
ଲେଖାର ମୂଲ୍ୟ ସିଏ ବୁଝିଥାଏ
ଯିଏ ପଢିବାକୁ ଭଲପାଏ
ଯିଏ ଯାହା ଲେଖୁ କବିର କି ଯାଏ
ପଢିବା କବିର କାମ
ସ୍ଥିର ମନରେ ଅଧ୍ୟୟନ କଲେ
ନିଶ୍ଚେ ମିଳିବ ସୁନାମ
କବିଟିଏ ଯଦି ଭାବ ଯୋଡିଦିଏ
ଅନ୍ୟ କବିର ଲେଖାରେ
ଲାଇକ କମେଣ୍ଟ୍ ପୋତି ହୋଇଯିବ
ନିଶ୍ଚିତ ନିଜର ଲେଖାରେ...
। ନିରଞ୍ଜନ ସାହୁ।