Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

1.0  

Abhiram Sahoo

Others

ଛତା

ଛତା

1 min
6.6K


ଏକ ସମୟରେ ଭେଟ

ଏକ ରାସ୍ତାରେ ଚାଲି

ଏକ ଦିଗରେ ।


ପ୍ରାୟତଃ ବର୍ଷା ହୁଏ

ଭିଜିଯାଏ ଦେହ

ଛତା ଥାଇ ବି ଦେହରେ

ଜଡିଯାଏ ଶାଢି,

ତୁମେ ଛତାତଳେ ଚୁପ୍ ଚାପ୍

ମୁଁ ବି ବର୍ଷାରେ ବର୍ଷାରେ ଚୁପ୍

ବାଟ ଯେତେ ଲମ୍ବିଯାଉ

କାହିଁ ଜମା ଖରାପ ଲାଗେନା ।


ଦିନେ ଛତାକୁ ଡାକିଲ

ଚୁପ୍ ଚାପ୍ ଗଲି ‐ ମନାକଲିନି ।


ଗୋଟେ ଛତା ତଳେ

ଦୁଇଟି ଦେହ

କାହିଁ ବେଶି ବେଶି ଭିଜିଲି

ଏ ବି ମନ୍ଦ ହେଲାନି !


ଭଦ୍ରତା ଖାତିର୍ ରେ

ମୋତେ ସବୁଦିନ ଡାକୁଛ ଛତାକୁ ।

ତୁମେ ଠିକ୍ ଜାଣିଛ

ମୁଁ ଛତା କିଣିବା ମତଲବ୍ ରେ ନାହିଁ,

କାହିଁକି କିଣନ୍ତି ଯେ

ମୁଁ ତ ଠିକ୍ ଜାଣିଛି

ତୁମର ସେ ଛତା

ତାଳିପଡୁ ପଛେ

ଆଦୌ ବଦଳିବାର ନାହିଁ !


ମୂଲଚାଲ ‐ କିଣା ‐ ବିକା ଛତାରେ

କ'ଣ ଭିଜେଇହୁଏ ଦେହ !

×××




Rate this content
Log in