ଅରଜିବ କେଉଁ ଯଶ
ଅରଜିବ କେଉଁ ଯଶ
ଆଖି ଲୁହ ନିତି ଆଖିରେ ମାରି ଯେ
ଓଠରୁ ଝରାଏ ହସ ,
ତାକୁ ଆଉ କେତେ ଦୁଃଖ ଦେଇ ତୁମେ
ଅରଜିବ କେଉଁ ଯଶ !!(ଘୋଷା)
ହତାଦର ଯେତେ କଲେ କର ପଛେ
କହିବିନି ମୁହଁ ଖୋଲି ,
ଦୁନିଆ ଆଗରେ ଦାବି କରିବିନି
ଅଧିକାର ଅଛି ବୋଲି ।
ତୁମ ନିନ୍ଦା ଗାଇ ଭୁଲିବି ନାହିଁ -ମୁଁ
କେବେ ହେଲେ ବହି ରୋଷ ।(୧)
କୁହ ଆଉ କେତେ ଦୁଃଖ ଦେଇ ମୋତେ
ଅରଜିବ କେଉଁ ଯଶ !
ମୋ ଆଖିରେ ଲୁହ ଦେଖିବାକୁ ଯଦି
ପାଉଅଛ ତୁମେ ସୁଖ ,
ମୁହଁ ଖୋଲି କେନ୍ନେ କହିବି ମୁଁ ଆଉ
ଦୂର କର ବୋଲି ଦୁଃଖ ।
ତୁମ ଖୁସି ଲାଗି ଯେତେ ଦୁଃଖ ଦେଲେ
ଦେବିନାହିଁ କେବେ ଦୋଷ ।(୨)
କୁହ ଆଉ କେତେ ଦୁଃଖ ଦେଇ ମୋତେ
ଅରଜିବ କେଉଁ ଯଶ !
ଆଖି ଲୁହ ନିତି ଆଖିରେ ମାରି ଯେ
ଓଠରୁ ଝରାଏ ହସ ,
ତାକୁ ଆଉ କେତେ ଦୁଃଖ ଦେଇ ତୁମେ
ଅରଜିବ କେଉଁ ଯଶ !!
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।