Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଵଳରାମ ତରାଈ

Inspirational

2  

ଵଳରାମ ତରାଈ

Inspirational

ଶିବ ଶକ୍ତି

ଶିବ ଶକ୍ତି

1 min
506


ହେ ଶିବ ଶଙ୍କର ହେ ବାଲୁଙ୍କେଶ୍ବର 

ବସିଅଛ ତୁମେ ହାଟବରଡି ଗ୍ରାମର  l


 ବାଲି ଉପରେ ବାବା ବାଲୁଙ୍କେଶ୍ବର

ନମଃ ତୁମେ ବାବା ଭୋଳାଶଙ୍କର l


ଦାଣ୍ଡେ ବିଜେକର ବାର ଭକତ ଧରି

 ଚୈତ ମାସର ୨୧ଦିନ ଯାତ୍ରା ତୁମ୍ଭର l


ଉନବିଂଶ ଦିନ ନାଚ ହୁଏ ତୁମ୍ଭର

 ଦଣ୍ଡଯାତ୍ରା ସତ୍ୟ ହିଁ ତୁମ୍ଭର l


ବାର ପାଟ ଭୋଗତା ତୁମ୍ଭର

 ମାଘ ମାସରେ ରୁଦ୍ର ଯଜ୍ଞ ତୁମ୍ଭର


ଦୋକାନ ବଜାର ଗଳି ଭିଡ ତୁମ୍ଭର  

 ହାଟବରଡିରେ ସାତ ଦିନର l


ବହୁତ ଲୋକମାନ ଆଗମନ ସୁନ୍ଦର 

 ହେ ବାଲୁଙ୍କେଶ୍ବର ହାଟବରଡିର l


 କେଡେ କେଡେ ବିପଦରୁ ରକ୍ଷା କର

 ଗୁହାରି ପଡିଲେ ପାଶେ ଭକ୍ତ ତୁମ୍ଭର l


ଏକୋଇଶି ଦିନେ ଦିଅ ଅମ୍ବୃତ ବର

 ଭକତ ଇଛା ତୁମେ ପୂରଣ କର l


ମାତା ପାର୍ବତୀଙ୍କୁ ଧରି ଏ ବସିଛ ପର  

  ଦେଉଳେ ତୁମେ ଭୋଳାଶଙ୍କର l


ପାର୍ବତୀ ସହି ପାରନ୍ତି ଦୁଃଖ କାହାର

 ନିଷା ରାତିରେ ଭମଣ କର l


ବଳରାମ କହେ କି ଲେଖିବି ମୁଁ ମୃଢ 

 ଲେଖା ଜାଣିନାହିଁ କିଛି ତୁମ୍ଭର l


ମୋ କଣ୍ଠରେ ବାବା ବିଜେ କର

ପଦ ପଦ ଦିଅ କହି ବାଲୁଙ୍କେଶ୍ବର l


ମୋ କଣ୍ଠରେ ଆଗକୁ ବାଟ ବତାଇ

 ଲେଖିବ ଗୁଣ ମହିମା ତୁମ୍ଭର

ଯାହା ଲେଖିଲେ ଲେଖା ସରେ ନାହିଁ 

ଲେଖା ଲେଖିବାକୁ କଲମ କାଗଜ l


 ମୋ ପାଶେ ଶକ୍ତି ନାହିଁ ତୁମ୍ଭର

ଏଡେ ଆଭାଗା ମୁଁ ଦୁଃଖ ସରିବ ନାହିଁ 

ମୋ ପାଇଁ ତୁମେ ହେଲ କି ନିଷ୍ଠୁର 

ମୋ ଦୁଃଖ କିବା ନାଥ ଶୁଣିବେ ନାହିଁ l


ବାବା ବାଲୁଙ୍କେଶ୍ବର

ବିବା ଭୋଳାଶଙ୍କର

ତୁମ୍ବକୁ ମୋର କୋଟି ଜୁହାର l



Rate this content
Log in