Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ମିଛ ଦୁନିଆ

ମିଛ ଦୁନିଆ

1 min
7.4K


ଯାହା ତୁ କରୁଛୁ କରରେ ମଣିଷ

ଯେମିତି କରୁଛ କର,

ଚକାଆଖି ସବୁ ହିସାବ ରଖିଛି

ହିସାବ କରିବ ତୋର ।

ଅନୀତି ପଛରେ ରହି କେତେ କେତେ

କରୁଛୁ ପାପତ ତୁହିଁ,

ସ୍ନେହ ପାପ ଦିନେ ଭୋଗିବୁ ଜଗତେ

ପାଖେ ନ ଥିବେ ରେ କେହି ।

ମିଛ ଦୁନିଆରେ ଯାହା ତୁ ଭାବୁଛୁ

ସବୁ କଣ ପାଖେ ଥିବ,

ମିଛ ଦୁନିଆରେ କିଏ ବା କାହାର

ଆପଣାର ବୋଲି ହେବ ।

ମିଛର ଲୋକ ତ ପ୍ରଚୁର ଅଛନ୍ତି

ଏହି ଅନ୍ଧକାରମୟେ,

ସବୁ ଜିନିଷକୁ ନିଜର ଭାବନ୍ତି

ଜାଣନ୍ତିନି ଶୂନ୍ୟ କାୟେ ।

କେହି ରହିବେନି ପାଖରେ ତୋହର

ଦିନେ ଯିବେ ତୋତେ ଛାଡ଼ି,

ଦେଖେଇ ହଉଛୁ ନିଜର ଯାହାକୁ

କାନ୍ଦିବୁ ତୁ ମୁଣ୍ଡ କୋଡ଼ି ।।

◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ nirmaln270@gmail.com


Rate this content
Log in