Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ତୁମରି ଚିକୁର ମୋ ଓଠୁ ଉଧାର

ତୁମରି ଚିକୁର ମୋ ଓଠୁ ଉଧାର

1 min
13.8K


ତୁମରି ଚିକୁର ମୋ ଓଠୁ ଉଧାର

 

ଆଭାକାନ୍ତ ମହାନ୍ତି

 

ତୁମରି ଚିକୁର             ମୋ ଓଠୁ ଉଧାର

       ନେଲା ବୋଲି ହେଲା ନାଲି,

ମୋର ଗୁଣୁ ସ୍ୱର          ଶରୀରେ ତୁମର

       ଯଉବନ ଦେଲା ଗୋଳି । ୦ ।

 

ମୁଁ ପକ୍ଷ ଝାଡ଼ିଲି           ତୁମଠି ଛାଡ଼ିଲି

       ଚାଉଁକା ଚାଉଁକା ଚିତ୍ତ

ମୋ ମହୁଆ ଦୃଷ୍ଟି         ତୁମ ହୃଦେ ସୃଷ୍ଟି-

       କଲା ଗୁଣୁଗୁଣୁ ଗୀତ,

ମୋ ଦେହର ରଙ୍ଗେ             ତୁମରି ଆବେଗେ

       ସପନ ଖେଳିଲା ଦୋଳି । ୧ ।

 

ମୋ ଉଡ଼ିବା ଦେଖି       ଝରକାରେ ଝାଙ୍କି

       ଆତୁରତା ଶିଖିଥିଲ

ଅସରାଏ ହସେ           ମତେ ରଖି ବଶେ

       ଅନ୍ୟେ ଚିତ୍ତ ଯାଚି ଦେଲ

ପେଜୁଆ ଆଖିରେ        ଆଜି ବି ସଖୀରେ

       ଜାଳୁଛି ସ୍ମୃତି ଦୀପାଳୀ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in