ତୁମରି ଚିକୁର ମୋ ଓଠୁ ଉଧାର
ତୁମରି ଚିକୁର ମୋ ଓଠୁ ଉଧାର
ତୁମରି ଚିକୁର ମୋ ଓଠୁ ଉଧାର
ଆଭାକାନ୍ତ ମହାନ୍ତି
ତୁମରି ଚିକୁର ମୋ ଓଠୁ ଉଧାର
ନେଲା ବୋଲି ହେଲା ନାଲି,
ମୋର ଗୁଣୁ ସ୍ୱର ଶରୀରେ ତୁମର
ଯଉବନ ଦେଲା ଗୋଳି । ୦ ।
ମୁଁ ପକ୍ଷ ଝାଡ଼ିଲି ତୁମଠି ଛାଡ଼ିଲି
ଚାଉଁକା ଚାଉଁକା ଚିତ୍ତ
ମୋ ମହୁଆ ଦୃଷ୍ଟି ତୁମ ହୃଦେ ସୃଷ୍ଟି-
କଲା ଗୁଣୁଗୁଣୁ ଗୀତ,
ମୋ ଦେହର ରଙ୍ଗେ ତୁମରି ଆବେଗେ
ସପନ ଖେଳିଲା ଦୋଳି । ୧ ।
ମୋ ଉଡ଼ିବା ଦେଖି ଝରକାରେ ଝାଙ୍କି
ଆତୁରତା ଶିଖିଥିଲ
ଅସରାଏ ହସେ ମତେ ରଖି ବଶେ
ଅନ୍ୟେ ଚିତ୍ତ ଯାଚି ଦେଲ
ପେଜୁଆ ଆଖିରେ ଆଜି ବି ସଖୀରେ
ଜାଳୁଛି ସ୍ମୃତି ଦୀପାଳୀ । ୨ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****