Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Inspirational

2  

Abhakanta None

Inspirational

ପ୍ରାପ୍ତି

ପ୍ରାପ୍ତି

1 min
7.1K



ଯହିଁ ଅଛି ସ୍ଥିତି ତହିଁ ଅଛି ପ୍ରାପ୍ତି କ୍ଷୀର ସଙ୍ଗେ ନୀର ପରି

ବିଚିତ୍ର ବିନ୍ଧାଣୀ ଗଢି ଅଛି ଜାଣି ହୃଦରେ ବିଚାର କରି ।

ଜୀବ କର୍ମଫଳେ ତା' ଜୀବନ ଢାଳେ ବିଧି ପ୍ରାପ୍ତି ରୂପରେଖା

ପ୍ରାପ୍ତି ଆଶା ଖାଲି ମାନବକୁ ତୋଳି କରେ ସାମାଜିକ ଚଖା ।

ପ୍ରାପ୍ତି ରଚେ ସୁଖ-ଦୁଃଖ ସାଂସାରୀକ ବିଚାର କି ଅବିଚାର

ପ୍ରାପ୍ତି ହିଁ ରଚଇ ଜୀବ ହୃଦ ଧ୍ୟାୟୀ ଉନ୍ନତିର ସିଉକାର ।


ପ୍ରାପ୍ତି ରଚେ ଦମ୍ଭ ଭୟର ଆରମ୍ଭ ପ୍ରାପ୍ତି ଯୋଗୁହିଁ ସମ୍ଭବ

ନାନା ରୂପେ ସିନା ଉତ୍ତୁଙ୍ଗ କଳ୍ପନା ହୁଏ ପ୍ରାପ୍ତି ପ୍ରତିବିମ୍ବ ।

ଜୀବ ପ୍ରାପ୍ତି ଆଶା ପରମର ଦିଶା ଧରି ସାର୍ଥକତା ପାଏ

ଅନ୍ୟଥା ଆହରି ସଂସାର ଭଉଁରୀ ଛୁଇଁ , ଚକ୍ରବତ୍ ହୁଏ ।

ବିଖଣ୍ଡିତ ଜାତି ଦୁଇଭାଗେ ପ୍ରାପ୍ତି ଆସ୍ତି ଆଉ ନାସ୍ତି ଭାବ

ଆସ୍ତି ଲାଭାନ୍ବିତ ନାସ୍ତିରେ ରହିତ କର୍ମଫଳ ବଇଭବ ।


Rate this content
Log in

Similar oriya poem from Inspirational