Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Others

2  

Mamatamanjari Das

Others

ଅସ୍ତିତ୍ୱ

ଅସ୍ତିତ୍ୱ

1 min
6.8K


ସ୍ୱପ୍ନରେ ଆସି ତୁ' ପଚାରିଲୁ ମୋତେ'     

ମୋ' ବିନା "ବବି" ତୁ କେମିତି ଅଛୁ

କି ଉତ୍ତର ଦେବି ଖୋଜି ବି ପାଉନି

ଖାଲି ଏତିକି ଜାଣ !!!

ତୋ' ବିନା ଲୁହ ସହ ମୁଁ ସନ୍ଧି କରିଛି ।

ତୋ' ସ୍ମୃତି ବିଜଡିତ ପ୍ରତିଟି ପୃୃଷ୍ଠାକୁ

ମାଳ କରି ମୁଁ ଗଳେ ପିନ୍ଧିଛି

ଆଖିର ଲୁହରେ ନିତି ସ୍ନାନ କରି

ତୋ' ନାମକୁ ଜପା ମାଳ କରିଛି ।

ହୃଦୟେ ରଖିଛି ତତେ ମୁଁ ସାଇତି

ତୋ' ବିନା ଅସ୍ତିତ୍ୱ କାହିଁ ବା ମୋର

ଯନ୍ତ୍ରଣା ଯୁଇରେ ଜଳୁଛି ମୁଁ ନିତି

ତୋ" କଥା ଭାବି ଦିନ ମୋ ସରେ ।

ସବୁ ସମ୍ପର୍କଠୁ ଦୂରେଇ ଯାଇଛି

ଦୂରରେ ରଖିଛି ସବୁ ଖୁସିକୁ

ତୋ' ସ୍ମୃତି ମୋ' ପାଇଁ ସରଗର ଚାନ୍ଦ

ଏଇ ଜନ୍ମ ନୁହେଁ ଜନ୍ମ ଜନ୍ମକୁ ।

ଲୁଚେଇ ପାରେ ସିନା ମୋ ମନର କୋହ

କନ୍ଦେଇ ପାରେନି ଆଉ କାହାକୁ

ଲୁହ ପୋଛି ବାକୁ କେହି ବି ନଥାଉ

ମୋ' ଅସ୍ତିତ୍ୱ ସହ ତୋ' ଅସ୍ତିତ୍ୱ ପରା

ଯୋଡା ହୋଇଅଛି ଯୁଗ ଯୁଗକୁ ।

**ମମତା ମଞ୍ଜରୀ ଦାସ ,କଟକ**


Rate this content
Log in