Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଭିକାରିର ମନ ଦେଲୁରେ କାଳିଆ

ଭିକାରିର ମନ ଦେଲୁରେ କାଳିଆ

1 min
6.6K


ଭିକାରିର ମନ ଦେଲୁରେ କାଳିଆ

 

ପର୍ଶୁରାମ ବିଶ୍ୱାଳ

 

ଭିକାରିର ମନ ଦେଲୁରେ କାଳିଆ, ଖଟିବାକୁ ନାହିଁ ମନ

ଶହେ ଚାରି ଜର ମାଡ଼ିଆସୁଅଛି, କରିବାକୁ ହେଲେ କାମ

ଇମିତି ମଣିଷ କିମିତି ଗଢ଼ିଲୁ

କହରେ ଚକାନୟନ !

 

ମାଗଣା ମାଗଣା ସବୁ ମିଳିଯାନ୍ତା, ଖାଉଥାନ୍ତି ବସି ବସି

ମୋବାଇଲ୍, ଗାଡ଼ି, ଘୋଡ଼ା, ଜମି, ଘର ମିଳନ୍ତା ହୁଅନ୍ତି ଖୁସି

ଏଇ କଥା ଭାବି ବେଳ ଯାଏ ଗଡ଼ି

କାମରେ ନାହିଁ ମୋ ଧ୍ୟାନ ।

 

ଯୋଗକୁ ସର୍କାର ଯୋଗେଇ ଦେଇଚି ମାଗଣାରେ କେତେ କ’ଣ

ବାକି ଆଉ କିଛି ଦେଇଦେଲେ ପ୍ରଭୁ ଅଚିନ୍ତା ହବ ଏ ପ୍ରାଣ

ଶତ ଧନ୍ୟବାଦ ତୁ ଉପରବାଲା

ଇଏ ସବୁ ତୋର ଦାନ ।

 

ଭୁଲ୍ ଏସବୁ ଆଜି ମୁଁ ବୁଝୁଚି, କାମ ନକରି ପାଉଣା

ଅଳସୁଆ ହେଲି, ଅକର୍ମା ମୁଁ ହେଲି, ହେଲିରେ ମୁଁ ବାଟବଣା

ଭବିଷ୍ୟ ଦାୟାଦ ମୋ ବାଟ ଧରି

ଫଳଟି ପାଇବେ ଶୂନ ।

 

ବୁଝେଇ କହିଦେ ଛାଡୁ ସରକାର ତା’ର ଏଇ ଦାନ ନୀତି

ଖଟିବେନି ଆଉ ତା ଯୁବସମାଜ, ଭୋଅଟରେ ଥିବେ ମାତି

ଜାପାନୀ ଜାତିର ଜାତୀୟତା କଥା

ସିଲଟେ ଗାର ସମାନ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in