Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ବାହୁଡ଼ା ଯାତ

ବାହୁଡ଼ା ଯାତ

1 min
6.5K


ରମେଶ କୁମାର ସାହୁ


ନଅଦିନ ହେଲା ମାଉସୀ ମା’ ଘରେ ,

ରହିଛନ୍ତି ଜଗନ୍ନାଥ ,

ଗୁଣ୍ଡିଚା ମନ୍ଦିରୁ ଶ୍ରୀମନ୍ଦିର ଯିବେ ,

ଆଜିତ ବାହୁଡ଼ା ଯାତ ।

ଲକ୍ଷ ଲକ୍ଷ ଭକ୍ତ ଏକତ୍ର ହେଲେଣି ,

ଦେଖିବେ ବାହୁଡ଼ା ଯାତ ,

ଭାଇ ଭଉଣୀଙ୍କୁ ସାଥିରେ ନେଇ ,

ଫେରୁଛନ୍ତି ଜଗନ୍ନାଥ ।

ଭକ୍ତ ଦାସିଆର ନଡ଼ିଆ ନେବାକୁ ,

ବଢାଇବେ ପ୍ରଭୁ ହାତ ,

ବଳିଆ ରଥରେ ବିଜେ ହେବା ପାଇଁ ,

ବାଙ୍କି ଯିବେ ଜଗନ୍ନାଥ ।

ବଡ଼ଦାଣ୍ଡ ଆଜି ପଡୁଛି ଉଠୁଛି ,

ଦେଖି ତିନିଗୋଟି ରଥ ,

କିଏ ଭକ୍ତ ରଥ ଦଉଡ଼ି ଟାଣୁଛି ,

କିଏ ଗାଉଛି ପ୍ରଭୁଙ୍କ ଗୀତ ।

ଏକାଦଶୀରେ ପ୍ରଭୁ ସୁନାବେଶ ହେବେ ,

ଭକ୍ତଙ୍କ ଦର୍ଶନ ପାଇଁ ,

ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ଯିବେ ,

ଭାଇ ଭଉଣୀଙ୍କୁ ସଙ୍ଗେ ନେଇ ।


Rate this content
Log in