ଫେରୁଛି ଆଜି ମୁଁଁ ଜନ୍ମ ଭୂମିକୁ
ଫେରୁଛି ଆଜି ମୁଁଁ ଜନ୍ମ ଭୂମିକୁ
1 min
521
ସୂର୍ଯ୍ଯ ଫେରିଲେଣି ମାଆର କୋଳକୁ
ଅନ୍ଧାର ଆସୁଛି ମାଡି
ଫେରୁଛି ଆଜି ମୁଁ ମୋ ଜନ୍ମ ଭୂମିକୁ
ଚଢି ଯେ ଓଡିଶା ଗାଡି
ବାପା ମାଆ ଭାଇ ବନ୍ଧୁ କୁଟୁମ୍ବଙ୍କ
ସାକ୍ଷାତ ହୋଇବ ମୋର
ସୁଖ ଶାନ୍ତିରେ ଯେ ପୁରି ଉଠୁଥିବ
ସୁନା ସଂସାରଟି ମୋର
ମାଆ ହାତ ରନ୍ଧା ଖାଇବି ଆନନ୍ଦେ
ଲାଗିବ ଅମୃତ ସମ
ଅଭାବି ସଂସାରେ ସବୁ ପାଇଯିବି
ଖୁସିରେ କାଟିବି ଦିନ
ପ୍ରେମ୍ କବି ଜଗବନ୍ଧୁ ସାହୁ