Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Inspirational Others

3  

Akshayakumar Dash

Inspirational Others

ଝିଅ ନେବେ ଯୌତୁକ

ଝିଅ ନେବେ ଯୌତୁକ

1 min
375


ଝିଅ ନେଇ ଯୌତୁକ

ପୁଅ ବାହା ହେବେ,

ପୁଅ ପାଇଁ ଆଉ ମିଳୁନାହିଁ ଝିଅ।

ବନ୍ଧୁଙ୍କ ପୁଅ

ଯନ୍ତ୍ରୀ ପୁଣି କମ୍ପାନୀ ଚାକିରୀ

ତିରିଶିଟି ବସନ୍ତ ଗଲାଣି ।

ବନ୍ଧୁ ପତ୍ନୀ ଦେଖିଗଲେ ଝିଅ

ରୂପ,ଗୁଣ,ଶିକ୍ଷା

କରୁଥିଲେ ବ୍ୟାଖ୍ୟା

ଟେରୀବାମ ଆଖି

ଚମ୍ପା ବର୍ଣ୍ଣ ରୋଷେଇ ନିପୁଣ

ଶିକ୍ଷାସ୍ନାତକଉତର ।

ବନ୍ଧୁ ଦେଖି କନ୍ୟା ଛବି

ଜାତକର ଦଶଟି ମେଳକ

ରାଜଜୋଟକକୁ ପୁଣି

ରୂପ ଗୁଣ ହୋଇଛି ପସନ୍ଦ

ଦେଖା ଚାହାଁ କରି

ବନ୍ଧୁ ପତ୍ନୀ କନ୍ୟା ଆଙ୍ଗୁଳିରେ

ମୁଦ୍ରିକାଟି ଦେଇଥିଲେ ଭରି ।

ଦିନେ କନ୍ୟା ପିତା ଜଣେଇଲେ

ଦୂର ଭାଷାଯୋଗେ

ମୋ ଝିଅ ଚାହୁଁଛି ସରକାରୀ ଚାକିରିଆ ବର

ଯଦି ତୁମେ ପାଞ୍ଚଲକ୍ଷ ଦେଵ

ତେବେ ହେବ ବିଭାଘର ।


Rate this content
Log in