Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manamayee Ratha

Others

4  

Manamayee Ratha

Others

ବର୍ଷା ବିଳାସ

ବର୍ଷା ବିଳାସ

1 min
12.7K


ବର୍ଷା ବିଳାସ
              ମାନମୟୀ  ରଥ
 
ତୁ ବୁଝିବାକୁ ଚାହିଁବୁକି
ଦିନେ କେବେ ତୋ ରକ୍ତରୁ ଶ୍ୟାମଳ ନେଇ
ମୋ ପାଖକୁ ଶ୍ରାବଣ ଆସିଲା !
 
ପ୍ରଥମ ଦିନରେ ଛାଇଗଲା
ମହ ମହ କଦମ୍ବର ରାସ
ଶିହରାଇ ସଂଚିତ ବିଶ୍ୱାସ ।
 
ଦ୍ୱିତୀୟ ଦିନରେ ଖୋଲିଗଲା
ନୀଳରଙ୍ଗର ପ୍ରଶସ୍ତ କୋଠରୀ
ଫର୍ଦ୍ଦ ଫର୍ଦ୍ଦ ମେଘର ପାଚେରୀ ଥିଲା 
ଥିଲା ବି ଇନ୍ଦ୍ରଧନୁ , ବିଶ୍ୱସ୍ତ ପ୍ରହରୀ ।
 
ତୃତୀୟ ଦିନରେ ବହିଗଲା
ପ୍ରଳୟ ପବନ
ଭଙ୍ଗାଇ କୋଠରୀ ଆଉ
ସ୍ଵପ୍ନାରୂଢ଼ ମନ । 
ସୁଅରେ ଭସାଇ ନେଲା ଖଣ୍ଡ ଖଣ୍ଡ କରି
କେବେ ପୁଣି ଫେରେଇଲା 
ମାଟି , ପାଣି , ଆକାଶରୁ 
କରି ଭିନ୍ନ ,ଭିନ୍ନ ।
 
ତୁ ରହ ବା ନରହ
ଥିବ ଏଇ ରକ୍ତର ଶ୍ରାବଣ
ଥିବ ତୋର ତିନି ଦିନ ପ୍ରେମର ପ୍ରମାଣ ।          
                                       
ଅଧ୍ୟକ୍ଷା,
ଗୌରୀଶଙ୍କର ପବ୍ଲିକ ସ୍କୁଲ
ବୌଦ ।
 
 


Rate this content
Log in