Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ରହିଥା ଖାଲି ଟାକି

ରହିଥା ଖାଲି ଟାକି

1 min
7.1K


ରାତି ପାହିଲା ସକାଳ ହେଲା

କାଉ ଡାକିଲା କା

ସତର ଗଲା ଅଠର ହେଲା

ଚାହଁରେ ସାଥୀ ଚାହାଁ ।

ପୁରୁଣା ଗଲା ନୂଆ ଆସିଲା

ନୂଆ ବାରତା ନେଇ

ସଭିଏଁ ଏଠି ପଢିବେ ପାଠ

ଅଳସ ମଠ ନାହିଁ |

ଉଡିଲା ଗୁଡି ଡେଣା ମେଲାଇ

କହିଲା ଟାଆ ଟାଆ

ଦୁନିଆ ସାରା ସାଥିଏ ମୋର

ଖୁସୀରେ ଭଲା ଥାଆ ।

ନୂଆ ପୁରୁଣା ସବୁ ଆମର

କେହି ନୁହନ୍ତି ପର

ପୁରୁଣା ଗଲେ ନୂଆ ଆସଇ

ସମୟ ଟାଣେ ଗାର |

ଆଜି କାମକୁ ଆଜି କରିବା

ରଖିବା ନାହିଁ ବାକି

ଆରେ ସାଙ୍ଗ ଲାଗିବ ବାଗ

ରହିଥା ଖାଲି ଟାକ |


Rate this content
Log in